ବିଜେଡି ଶାସନର 24 ବର୍ଷ ପରେ ବି ଗାଁକୁ ନାହିଁ ରାସ୍ତା
by Argus News
Sun, Apr 14 | 7:26 p.m.

ଅର୍ଗସ ବ୍ୟୁରୋ: ସମ୍ବଲପୁର ରେଢ଼ାଖୋଲ ଗଡଲୋଇସିଂଘ ପଂଚାୟତ ବେଲପାଣି ଗାଁରୁ ଗତ ସପ୍ତାହରେ ସାମ୍ନାକୁ ଆସିଥିଲା ଏ ଅଭାବନୀୟ ଦୃଶ୍ୟ। ବିଜେଡି ଶାସନର 24 ବର୍ଷ ପରେ ବି ଗାଁକୁ ନାହିଁ ରାସ୍ତା। ଫଳରେ ଅସୁସ୍ଥ ମହିଳାଙ୍କୁ 2 କିଲୋମିଟର ଖଟିଆରେ ବୋହି ନେଇଥିଲେ ଗାଁ ଲୋକେ । ଏହି ଘଟଣା ନେଇ ଉଦବେଗ ପ୍ରକାଶ କରିବା ବିଜେଡି ଶାସନର ୨୪ ବର୍ଷର ରୁପାନ୍ତରୀକରଣ ନାଁରେ ମିଛ ପ୍ରଚାର ଉପରେ ଉଠାଇଥିଲେ ପ୍ରଶ୍ନ । ଏବେ ଏହି ପ୍ରସଙ୍ଗରେ ଦୋଷ ମାନିଛନ୍ତି ରେଢ଼ାଖୋଲରୁ ବିଜେଡି ବିଧାୟକ ରୋହିତ ପୂଜାରୀ। ତାଙ୍କ ଅନୁସାରେ ଏହି ଗାଁକୁ ରାସ୍ତା ପାଇଁ ପାଣ୍ଠି ମଞ୍ଜୁର ହୋଇଛି, କିନ୍ତୁ କାମ ପାଇଁ ମିଳୁନାହିଁ ରାଜ୍ୟ ଜଙ୍ଗଲ ବିଭାଗର ଅନୁମତି। 

ରୋହିତ ପୂଜାରୀଙ୍କ ଏ ବୟାନ ଧରାଇ ଦେଇଛି ବିଜେଡିର ମିଛ। ବିଜେଡି ବିଧାୟକଙ୍କ ଏ ସ୍ବୀକାରୋକ୍ତି କରିଛି ତାଙ୍କ ଦଳର ମିଛ ପ୍ରଚାରର ପର୍ଦ୍ଦାଫାସ୍ । କଟକ-ସମ୍ବଲପୁର 55 ନଂ ଜାତୀୟ ରାଜପଥ କାମ ଶେଷ ହେବାରେ କାହିଁକି ଅହେତୁକ ବିଳମ୍ବ ହେଉଛି। ଏହା ଉପରୁ ଶନିବାର ପରଦା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 55 ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଜଙ୍ଗଲ ଅନୁମତି ପ୍ରଦାନରେ କରାଯାଇଛି ବିଳମ୍ବ ।

ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅସହଯୋଗ କାରଣରୁ ହିଁ ହଇରାଣ ହେଉଛନ୍ତି କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର 4ଟି ଜିଲ୍ଲାର ଲୋକେ। ପୁଣି NHରେ ଦୁର୍ଘଟଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର । 

କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ବଦଳରେ ଏଥିରେ ବାଧା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ନିଜ ଦୋଷ ଲୁଚାଇବାକୁ ଏବେ ନିର୍ବାଚନ ବେଳେ ବିଜୁ ଜନତା ଦଳ କରୁଛି ମିଛ ପ୍ରଚାର। 
ନିଜ ଭୁଲ ମାନିବା ପରିବର୍ତ୍ତେ କେନ୍ଦ୍ରୀୟ ଅବହେଳାର ମିଛ ରାଗ ଜପିବା ବିଜେଡିର ପୁରୁଣା ଅଭ୍ୟାସ। ସସ୍ମିତ ପାତ୍ରଙ୍କ ଏ ବୟାନ ହେଉଛି ତାର ପ୍ରମାଣ। ଆଉ ଏବେ ରେଢ଼ାଖୋଲର ବିଜେଡି ବିଧାୟକଙ୍କ ବୟାନ ଖୋଲିଦେଇଛି ବିଜେଡିର ମୁଖା। 

ଆହୁରି ପଢନ୍ତୁ ଓଡିଶା ଖବର...

ARJUN MUNDA
11m ago
ଅର୍ଜୁନ ମୁଣ୍ଡାଙ୍କ ମୟୂରଭଞ୍ଜ ଗସ୍ତ
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ମୟୂରଭଞ୍ଜ ଗସ୍ତ । ମୋରଡା ନିର୍ବାଚନ ମଣ୍ଡଳୀ ଶୁଳିଆପଦାର ଚାଉଳଧଣିଆ ପଡିଆରେ ଜନସଭାରେ ଯୋଗ ଦେବେ ଅର୍ଜୁନ ମୁଣ୍ଡା । ଏହା ପର
ଆଜି ଆଇପିଏଲ ପ୍ଲେ ଅଫ
22m ago
ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା: ପ୍ରଥମ କ୍ବାଲିଫାଏରରେ କୋଲକାତାକୁ ଭେଟିବ ହାଇଦ୍ରାବାଦ
ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ
ନିର୍ବାଚନ ଡ୍ୟୁଟି ସାରି
25m ago
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣାଗ୍ରସ୍ତ
ଅର୍ଗସ ବ୍ୟୁରୋ: ଭଞ୍ଜନଗରରୁ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣା। ଡିଆରଡିଏ ଛକ ନିକଟରେ ଡିଭାଇଡରରେ ପିଟି ହେଲା ବସ। ଜଣେ ପୋଲିସ କର୍ମଚାରୀ ଆହତ। ଅଳ୍ପକ