୨୪ବର୍ଷ ଶାସନ ପରେ ବି ପିଇବାକୁ ପାଣି ନାହିଁ
by Argus News
Thu, Apr 25 | 12:59 p.m.

ଅର୍ଗସ ବ୍ୟୁରୋ: ୨୪ବର୍ଷର ଶାସନ ପରେ ବି  ଆଦିବାସୀ  ଅଞ୍ଚଳରେ  ପିଇବା ପାଣିର ସୁବିଧା କରି ପାରିନାହାନ୍ତି ବିଜେଡି ସରକାର। ଆଜିବି ପିଇବା ପାଣି ପାଇଁ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଯାଉଛନ୍ତି। ତା'ପରେ ମେଣ୍ଟୁଛି ଶୋଷ। ମୁନ୍ଦାଏ ପାଣି ପାଇଁ ସଂଘର୍ଷ କରୁଛନ୍ତି ଏହି ଗାଁ ଲୋକେ। ଏଦୃଶ୍ୟ ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି। ଆମେ କହୁଛୁ ବୋରିଗୁମ୍ମା ବ୍ଲକ ସସାହାଣ୍ଡି  ପଞ୍ଚାୟତର ବାମୁନୀଆ ଗୁଡ଼ା ଗାଁ କଥା। 

ଟିକିଏ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ। ବାମୁନିଆ ଗୁଡ଼ା ଗାଁରେ ରୁହନ୍ତି ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପରିବାର। ସକାଳ ପାହିଲେ ଲୋକଙ୍କୁ ଘାରେ ପାଣି ଚିନ୍ତା। ସେଥିପାଇଁ ଗରା ମାଠିଆ ଧରି ତିନିକିଲୋମିଟର ଯାଇ ନଳକୂପରୁ ପାଣି ଆଣୁଛନ୍ତି। ପୁରୁଷ ମାନେ ବାଇକରେ ଡ୍ରମ ବାନ୍ଧି ପାଣି ଆଣନ୍ତି। ଦିନର ଗୋଟିଏ ଓଳି ପାଣି ବୁହାରେ ସମୟ କଟିଯାଏ ଆଉ ଦିନ ମଜୁରିଆ କାମକୁ ଯିବାକୁ ସମୟ ପାଆନ୍ତି ନାହିଁ। ବୃଦ୍ଧ ବୃଦ୍ଧା ଚାଲିବାରେ ଅକ୍ଷମ ସେମାନେ ଗାଁରେ ରହିଥିବା ପରିତ୍ୟକ୍ତ କୂଅରୁ କିମ୍ବା ନିକଟସ୍ଥ କେନାଲର ଦୂଷିତ ପାଣି ବ୍ୟବହାର କରନ୍ତି। 

ଆଜି ପର୍ଯ୍ୟନ୍ତ ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ । ପ୍ରଶାସନ ପକ୍ଷରୁ ଅନ୍ୟ ଗାଁରୁ ପାଇପ ଲାଇନ ଯୋଗେ ପାଣି ପହଞ୍ଚାଇ ଥିଲେ କିନ୍ତୁ ତାହା ମଧ୍ୟ ଦିନେ ଆସିଲେ ଦୁଇ ଦିନ ବନ୍ଦ ରୁହେ। ବର୍ଷ ବର୍ଷ ଧରି ବାମୁଣିଆ ଗୁଡ଼ା ଗ୍ରାମବାସୀ ଭୋଗୁଛନ୍ତି ଜଳ କଷ୍ଟ। କେନାଲ ଏବଂ ପରିତ୍ୟକ୍ତ କୂଅରୁ ଦୂଷିତ ପାଣି ପିଇ ଦୁଇ ବର୍ଷ ତଳେ  ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଗ୍ରାମବାସୀ। ସେଥିପାଇଁ ଖରାଦିନ ଆସିଲେ ଯମ ଦଣ୍ଡ ଭୋଗନ୍ତି ଗାଁ ଲୋକେ।

ଗ୍ରାମବାସୀ ଜଳ ସମସ୍ୟା ନେଇ ବିଡ଼ିଓ, ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଗୁହାରି କରି କରି ଥକିଗଲେଣି କିନ୍ତୁ ସମାଧାନ ହୋଇ ପାରୁ ନାହିଁ। ଲୋକେ ଖରା ଦିନ ଆସିଲା ପାଣି ପାଇଁ ହାହାକାର ହୁଅନ୍ତି। ନିର୍ବାଚନ ପୂର୍ବରୁ ସରପଞ୍ଚ ହୁଅନ୍ତୁ କି ବିଧାୟକ ଭୋଟ ପାଇଁ ଗାଁ ଲୋକଙ୍କୁ ପାଣି ପାଇଁ ପ୍ରତିଶ୍ରୁତି ଦିଅନ୍ତି ଭୋଟ ସରିଲେ କିନ୍ତୁ ସବୁ ଭୁଲି ଯାଆନ୍ତି। ଏଣୁ ଚଳିତ ନିର୍ବାଚନ ପୂର୍ବରୁ  ଗ୍ରାମବାସୀ  ଚରମ ନିଷ୍ପତ୍ତି ନେଇଛନ୍ତି ପ୍ରଥମେ ପାଣି ଦିଅ ପରେ ଭୋଟ ନିଅ ନଚେତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ତାତି
14m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
24m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା