ସ୍ୱାଧିନତାର ୭୫ ବର୍ଷ ପରେ ବି ମିଳିନି ମୌଳିକ ସୁବିଧା
by Argus News
Thu, Jun 13 | 6:01 p.m.

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଦୁର୍ଦ୍ଦଶା। ସ୍ବାଧିନତାର ୭୫ ବର୍ଷ ପରେ ବି ଦୁର୍ଗମର ଏ ଆଦିବାସୀ ଅଞ୍ଚଳକୁ ମିଳିନି ମୌଳିକ ସୁବିଧା। ଗାଁରେ ବିଜୁଳି ସଂଯୋଗ ନଥିବାରୁ ଅନ୍ଧାରରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ଆମେ କହୁଛୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ବ୍ଲକ ରାସୋଳ ଗ୍ରାମପଞ୍ଚାୟତର ଖଜୁରୀଆ ପଞ୍ଚମ ଓ ତିନିପୋଲିଆପଞ୍ଚମର କଥା। ଏଠାରେ ବସବାସ କରନ୍ତି  ଚାରି ଗୋଟି ସାହିର ୮୦ରୁ ଅଧିକ ପରିବାର। କିନ୍ତୁ ବିଜୁଳି ନଥିବାରୁ, ସଞ୍ଜ ନଇଁବା କ୍ଷଣି ଡିବିରି ଆଲୁଅ ହିଁ ପାଲଟେ ଏମାନଙ୍କ ଏକମାତ୍ର ଭରଷା।

ବିଦ୍ୟୁତ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ନେତା କିମ୍ବା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ପାଖରେ ରହିଛି ଦୈତାରୀ ଜଙ୍ଗଲ ଯାହାକୁ ବନ ସଂରକ୍ଷଣ ଅଞ୍ଚଳ କହି ବାରମ୍ବାର ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଠକି ଆସୁଛି।  ବିଜୁଳି ଆଲୁଅ ନଥିବାରୁ ଜୀବଜନ୍ତୁ ଭୟ ସହ ଅନ୍ଧାରେ ଜୁଝୁଛନ୍ତି ଅଞ୍ଜଳବାସୀ।  ଜିଲ୍ଲା ଖଣିଜ ପାଣ୍ଠିରୁ ଦୁଇ ତିନି ଖଣ୍ଡ ଷ୍ଟ୍ରୀଟ ଲାଇଟ ସହିତ ପଞ୍ଚାୟତ ତରଫରୁ ଖଣ୍ଡେ ଅଧେ ଲାଇଟ ପ୍ରଦାନ କରି ଚୁପ୍ ହୋଇ ରହିଛି ପ୍ରଶାସନ।ଆଦିବାସୀଙ୍କ ବିକାଶ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତୃଣମୂଳ ସ୍ତରରେ ଆଦିବାସୀଙ୍କର କେତେ ବିକାଶ ହୋଇଛି ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ବାରିହୋଇ ପଡୁଛି। ତେବେ ତୁରନ୍ତ ଏଠାରେ ବିଜୁଳି ସଂଯୋଗ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା