ପାଠ ସହ ଖେଳରେ ଭଲ ପ୍ରଦର୍ଶନ ପରେ ବି ସ୍ପୋର୍ଟସ କୋଟାରେ ଚାକିରି ମିଳୁନି
by Argus News
Thu, Feb 08 | 11:33 a.m.

ଭୁବନେଶ୍ୱର: ପୁଳା ପୁଳା ସାର୍ଟିଫିକେଟ...ପୁଳା ପୁଳା ପ୍ରାଇଜ । ଯାହା କମେଇବା ବହୁତ ଜଣଙ୍କ ସ୍ୱପ୍ନ ଥାଏ । ହେଲେ ଏସବୁର ଆଜି କିଛି ମୂଲ୍ୟ ନାହିଁ ।  

ଅର୍ଚ୍ଚନା କନୁନଗୋ । ଜାତୀୟ ସ୍ତରର ଖେଳାଳି । ଟାଇକୋଣ୍ଟରେ ବ୍ଲାକ ବେଲ୍ଟ । ଜାତୀୟ- ଅନ୍ତର୍ଜାତୀୟ ସ୍ତରରେ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ପିଲାଟି ସମୟରୁ ମେଧାବି। ସବୁଥିରେ ଭଲ ପ୍ରଦର୍ଶନ କରିଛନ୍ତି । ଖେଳ ଠାରୁ ଆରମ୍ଭ କରି ପାଠ ପଢାରେ ଆଗରେ ରହିଛନ୍ତି । ହେଲେ ଭଲ ପାଠ ପଢିବା ସହ ଖେଳରେ ଭଲ କରି ମଧ୍ୟ ଆଜି ତାଙ୍କୁ ସ୍ପୋର୍ଟସ କୋଟାରେ ଚାକିରି ମିଳୁନି । 

ରାଜ୍ୟ ସରକାର କେବଳ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରୁଛନ୍ତି ବୋଲି ଦାବି କରୁଛନ୍ତି । ଖେଳାଳିମାନଙ୍କୁ ଗ୍ରୁପ-ଏ, ବି,ସି ଓ ଡି ବର୍ଗର ଚାକିରିରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି । ହେଲେ ମେଧାବୀ ଖେଳାଳିଙ୍କୁ ମିଳୁନି ଚାକିରି । 

ପିଏମଜି ଠାରେ ଆମରଣ ଅନଶନ ଧାରଣାରେ ବସିଛନ୍ତି ଅର୍ଚ୍ଚନା । ଦାବି ପୂରଣ ନେହେଲ ଧାରଣାରୁ ଉଟିବେନି ବୋଲି ଚେତାବନୀ ଦେଇଛନ୍ତି । ଅର୍ଚ୍ଚନାଙ୍କ କହିବା କଥା ପ୍ରଫେସର ପାଇଁ ସବୁ ପ୍ରକାରର ଯୋଗ୍ୟତା ତାଙ୍କ ପାଖରେ ଅଛି । ୟୁଜିସି ଗାଇଡ ଲାଇନ ଅନୁସାରେ ଅଧିକ ମାର୍କ ରହିଛି । ହେଲେ ଚାକିରି କ୍ଷେତ୍ରରେ ଏହାକୁ ଅଯୋଗ୍ୟ କୁହାଯାଉଛି । ବହୁତ ନିରାଶ ହେଲା ପରେ କୋର୍ଟର ଦ୍ୱାରସ୍ଥ ହେଲେ । ଶେଷରେ ତିନୋଟି ବେଞ୍ଚରେ କେସ ସପକ୍ଷରେ ଆସିଥିଲା । ହେଲେ ବିଭାଗୀୟ  ସଚିବଙ୍କୁ ଗୋଟିଏ ସପ୍ତାହରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ କିଛି ଦିନ ପରେ ସବୁକିଛି ଓଲଟିଯାଇଥିଲା । ଫଳରେ ଏବେ ନିରାଶ ହୋଇଥିବାବେଳେ ଏତେ ପାଠ ପଢିଲା ପରେ ମଧ୍ୟ ଚାକିରି ପାଇଁ ନ୍ୟାୟ ମାଗିବାକୁ ପଡୁଛି ବୋଲି କହିଛନ୍ତି । 
 

 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ