ଦୁଇ ମାସ ପରେ ବି ପୋଲିସ ହାତ ଖାଲି
by Argus News
Tue, Apr 09 | 10:11 p.m.


ଅର୍ଗସ ବ୍ୟୁରୋ : ଏତଲା ହେବାର ଦୀର୍ଘ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିପାରୁନି ପୋଲିସ । ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଦୁଷ୍କର୍ମ ପୀଡ଼ିତା  । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ଥାନାରେ । 

ଗତ ସେପ୍ଟେମ୍ବର ମାସ ୧୯ ତାରିଖ ସଂଧ୍ୟାରେ ସୁଆଙ୍ଗ ଗାଁର ଯୁବତୀ, ଗଣେଶ ପୂଜା ଦେଖିବାକୁ ଯାଇଥିବା ବେଳେ ସେହି ଗାଁର ସରୋଜ ମଲ୍ଲିକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏମିତିକି ଘଟଣା ସଂପର୍କରେ କାହାରିକୁ ନ ଜଣାଇବା ପାଇଁ ସରୋଜ ଯୁବତୀଙ୍କୁ ଧମକ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ଯୁବତୀ ଜଣକ ଗର୍ଭବତୀ ହେବାରୁ ପରିବାର ଲୋକେ ଏ ସଂପର୍କରେ ଜାଣିବା ପରେ ନେମାଳ ଥାନାରେ ଗତ ଫେବୃୟାରୀ ମାସ ୧୯ ତାରିଖରେ ଅଭିଯୋଗ କରିଥିଲେ । ଆଉ ନେମାଳ ପୋଲିସ ଏତଲା ପାଇବାର ୪ ଦିନ ପରେ ଅର୍ଥାତ୍ ୨୩ ଫେବୃଆରୀ ୨୦୨୪ ରେ ଏକ ମାମଲା ରୁଜୁ କରିଥିଲା । ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ବିଫଳ ନେମାଳ ପୋଲିସ । ଯାହାକୁ ନେଇ ଥାନା ଆଗରେ ଧାରଣା ଦେଇଛନ୍ତି ଦୁଷ୍କର୍ମ ପୀଡ଼ିତା ।


 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା