ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି
by Argus News
Tue, Oct 01 | 7:46 p.m.

ଭୁବନେଶ୍ୱର:  ବଦଳିବ ସ୍କୁଲ ଭାଗ୍ୟ । ରୂପାନ୍ତରଣ ନାଁରେ ଆଉ ରଙ୍ଗ ବୋଳା ନୁହେଁ । ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି । ପ୍ରତ୍ୟେକ ସ୍କୁଲରେ ରହିବ ବିଜୁଳି, ପାନୀୟ ଜଳ ଓ ଶୌଚାଳୟ । 2 ବର୍ଷ ମଧ୍ୟରେ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅର୍ଗସ ହାତରେ ସରକାରୀ ନିଷ୍ପତ୍ତିର EXCLUSIVE ଦସ୍ତାବିଜ୍ ।  ରଙ୍ଗବୋଳା ରୂପାନ୍ତରଣ ନୁହେଁ ସ୍କୁଲ ଗୁଡିକର ବାସ୍ତବିକ ଭିତ୍ତିଭୂମି ସଜାଡିବାକୁ ଅଣ୍ଟା ଭିଡିଛନ୍ତି ବିଜେପି ସରକାର ।  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସମନ୍ବୟ କମିଟି ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ନଜର ପକାନ୍ତୁ ଇଏ ହେଉଛି ସେହି EXCLUSIVE ଦସ୍ତାବିଜ୍ । ଯେଉଁଥିରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡିକରେ ଥିବା ସମସ୍ତ ସ୍କୁଲ ଗୁଡିକରେ ପାନୀୟ ଜଳ,ଶୌଚାଳୟ, ବିଜୁଳି, ବର୍ଷା ଜଳ ସଂରକ୍ଷଣ ଭିତ୍ତିଭୂମି ତୁରନ୍ତ ନିର୍ମାଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।  ସହରାଞ୍ଚଳର କେଉଁ ସ୍କୁଲରେ ବର୍ତ୍ତମାନ ସୁଦ୍ଧା ପିଇବା ପାଣି ଓ ଶୌଚାଳୟ ନାହିଁ ତାହାର ରିପୋର୍ଟ ମାସକ ମଧ୍ୟରେ ମଗା ଯାଇଥିବା ବେଳେ ଗ୍ରାମାଞ୍ଚଳ ପାଇଁ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ବର୍ଷକ ମଧ୍ୟରେ ସହରାଞ୍ଚଳର ସମସ୍ତ ସ୍କୁଲ ଗୁଡିକରେ ପାନୀୟ ଜଳ ଯୋଗାଣ ଓ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟ ଶତ ପ୍ରତିଶତ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଗ୍ରାମାଞ୍ଚଳର ସ୍କୁଲ ଗୁଡିକ ପାଇଁ ଦୁଇ ବର୍ଷର ସମୟ ଦିଆଯାଇଛି ।

ଦୀର୍ଘ ସ୍ଥାୟୀ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ଦିଆଯାଇଛି ନିର୍ଦେଶ।  ଯେଉଁ ସ୍ଥାନରେ ସମ୍ଭବ ହୋଇପାରୁଛି ସେଠି ସ୍କୁଲ ଓ ହଷ୍ଟେଲକୁ ବିଜୁଳି ଯୋଗାଣ ପାଇଁ ସୋଲାର ସିଷ୍ଟମ ବା ଶୌର ଶକ୍ତି କୁ ବ୍ୟବହାର କରିବାକୁ କୁହାଯାଇଛି । କାର୍ଯ୍ୟ ଶେଷ ହେବା ପରେ ସମସ୍ତ ସ୍କୁଲର ବିଜୁଳି, ଶୌଚାଳୟ, ପାନୀୟ, ବର୍ଷା ଜଳ ସଂରକ୍ଷଣକୁ ରକ୍ଷଣାବେକ୍ଷଣ ପ୍ରତି ଯତ୍ନବାନ ହେବାକୁ ଦିଆଯାଇଛି ନିର୍ଦେଶ।  ଏପଟେ ସାମ୍ନାକୁ ଆସିଛି ବିଜେଡି ସରକାର ଦାବି କରୁଥିବା ରୂପାନ୍ତରଣର ବାସ୍ତବତା । ସ୍କୁଲରେ ଶୌଚାଳୟ, ପାନୀୟ ଜଳ ନଥିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଜଣାଇବା ଲାଗି ଚାଲି ଚାଲି ଭବାନୀପାଟଣା ଆସିଛନ୍ତି ଥୁଆମୂଳା ରାମପୂର ବ୍ଲକ କିଆପଦର ଆଶ୍ରମ ସ୍କୁଲର ଛାତ୍ରୀ ମାନେ । କିଆପଦର କୁ କର୍ଲାପାଟ ଦେଇ ଭବନାପାଟଣା ଆସିବା ଭିତରେ ପ୍ରବଳ ଖରା ଯୋଗୁ ଆନେକ ଛାତ୍ରୀ ବେହୋଶ ହୋଇଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । 

 କେବଳ ଏ ଗୋଟିଏ ସ୍କୁଲର କଥା ନୁହେଁସ କଣ୍ଟାମାଳରୁ ଖରିଆର,  ସବୁଠି ମିଛି ରୁପାନ୍ତରରଣ ସତ ଆସିଛି ସାମନାକୁ.. କୋଉଠି ଶୌଚଳାୟ ନାହିଁ ତ ଆଉ କେଉଁଠି ନାହିଁ ପିଇବା ପାଣିର ସୁବିଧା।  ଖରିଆରର   ସାହାଯପାଣି,କୋଦୋଭଟା ଏବଂ କପଟିଆମ ସ୍କୁଲ ରେ ନାହିଁ ଶୌଚାଳୟ କି ପାନୀୟ ଜଳ ସୁବିଧା l ପାଣି ପାଇଁ ନାଳକୁ ଯାଉଛନ୍ତି ସ୍କୁଲ ପିଲା।  
 ବିଜେଡି ସରକାରରେ ମୋ ସ୍କୁଲ ନାଁ ରୂପାନ୍ତରଣ କରିବା ପାଇଁ ହଜାର ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷ ସ୍ବାହା କରାଯାଇଥିଲା । ଭିତିଭୂମି ସଜାଡିବା ନାଁରେ କେବଳ କାନ୍ଥ ବାଡରେ ରଙ୍ଗ ମାରି କାମ ସାରି ଦିଆଯାଇଥିଲା । ଯାହାର ଫଳ ସୂରପ ରାଜ୍ୟର ତିନି ହଜାର ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନାହିଁ । ସେହିପରି 1819 ସ୍କୁଲରେ ଶୌଚାଳୟ ନଥିବା ବେଳେ 5327 ସ୍କୁଲରେ ଶୌଚାଳୟ ଗୁଡିକ ଦୟନୀୟ ସ୍ଥିତିରେ ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି