ମନ୍ତ୍ରୀ ପାଉନଥିଲେ, ବବି କେମିତି ପାଇଲେ ?
by Argus News
Thu, Jun 27 | 7:45 p.m.

ଅର୍ଗସ ବ୍ୟୁରୋ: ପାୱାରରେ ଥିଲାବେଳେ ପ୍ରଥମେ ମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ କ୍ବାର୍ଟର୍ସ ଦଖଲ କଲେ, ପରେ ସେଥିରେ କୋଟି କୋଟି ଟଙ୍କାର ବିଳାସପୂର୍ଣ୍ଣ ନିର୍ମାଣ ଏବଂ ଏବେ ସବୁ ଲୁଚାଇବାକୁ ଧ୍ୱଂସ କରିବାକୁ ଉଦ୍ୟମ କଲେ । ବିଜେଡିର ପୂର୍ବତନ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏଭଳି କାରସାଦିର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଖାଲି ଗୁମର ଖୋଲୁଛି ତାହା ନୁହେଁ ବରଂ ବବିଙ୍କ ବିରୋଧରେ ତୁରନ୍ତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ବି ଜୋର ଧରିଲାଣି । 

ସରକାରରେ ଦଳ ଥିଲା ବେଳେ ଗୋଟିଏ ପରେ ଗୋଟିଏ ଦୁର୍ନୀତି କରୁଥିଲେ ବବି । ଖାଲି ଦୁର୍ନୀତି କରିଥିଲେ ତାହା ନୁହେଁ ବରଂ କୋଟି କୋଟି ଟଙ୍କାର ଅର୍ଥ ବି ହଡପ କରିଥିଲେ । ସାଧାରଣ ବିଧାୟକ ଥିବା ପରେ ବି ମନ୍ତ୍ରୀ ଓ ଆଇଏଏସଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ୱାର୍ଟର୍ସ ପାଇଥିଲେ । ସରକାରୀ ଜାଗାରେ ନିର୍ମାଣ କରିଥିଲେ କୋଟି କୋଟି ଟଙ୍କାର ବେଆଇନ୍ ନିର୍ମାଣ । ଆଉ ଏବେ, ସରକାରଙ୍କ ବିନା ଅନୁମତିରେ ସରକାରୀ ସଂପତ୍ତିର ମନଇଛା ଧ୍ୱଂସ । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏଭଳି କାରସାଦି ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ? ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ଖୁଲମଖୁଲା ବିଡିଏ ରୁଲ୍ ଉଲ୍ଲଂଘନ କରିଛନ୍ତି କି ପ୍ରଣବ ? ଖାଲି ନିୟମ ଭଙ୍ଗ କରିଛନ୍ତି ତାହା ନୁହେଁ ବରଂ ସରକାରୀ ଜମି ନଷ୍ଟ, ଅର୍ଥ ତୋଷାରପାତ, ଠକେଇ ଅଭିଯୋଗରେ ତାଙ୍କ ନାଁରେ କ୍ରିମିନାଲ କେସ୍ ବି ହୋଇପାରେ । କାରଣ, କ୍ୱାର୍ଟରର ମାଲିକ ସରକାର । ପ୍ରଣବ ଭଡାଟିଆଙ୍କ ଭଳି ରହୁଥିଲେ । ଯଦି କ୍ୱାର୍ଟରରେ ପ୍ରଣବ ନିଜ ପାଇଁ କିଛି ନିର୍ମାଣ କରିଛନ୍ତି, ତେବେ ତାହା ସରକାରୀ ଜମିରେ ହୋଇଥିବାରୁ ତାର ମାଲିକ ସରକାର । କେବଳ ଘରର ଆସବାବପତ୍ର ତାଙ୍କର । ଭଡାଟିଆଙ୍କ କର୍ତ୍ତୃତ୍ୱ ନାହିଁ ଘର ଭାଙ୍ଗିବାକୁ । ଯାହା କରିବେ କେବଳ ସରକାର ହିଁ କରିବେ । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସରକାରୀ କ୍ଵାର୍ଟର୍ସକୁ ନେଇ ବିବାଦ ଘେରରେ ଛନ୍ଦି ହୋଇ ଯାଇଛନ୍ତି ପ୍ରଣବ ପ୍ରକାଶ ଦାସ । ନିଜ ଦୋଷ ଲୁଚାଇବାକୁ ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ବିଜେଡି ନେତା । ତେବେ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହାକୁ ଅପେକ୍ଷା ।
 

ସମନ୍ବୟ ବୈଠକ
2m ago
ଆଜି ବସିବ ଚଳିତବର୍ଷ ରଥଯାତ୍ରାର ଶେଷ ସମନ୍ବୟ ବୈଠକ
ପୁରୀ: ଆଜି ଅନୁଷ୍ଠିତ ହେବ ଚଳିତବର୍ଷ ରଥଯାତ୍ରାର ତୃତୀୟ ବା ଶେଷ ସମନ୍ବୟ ବୈଠକ । ଚଳିତ ବର୍ଷ ଜୁଲାଇ 7 ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବ
HOROSCOPE
37m ago
ଏକାଦଶୀରେ ଏହି 4 ରାଶି ପାଇଁ ଶୁଭ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ଭ
ସୁସ୍ଥ ହେବେ ମହାପ୍ରଭୁ
44m ago
ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗ