ଆଜି ବସିବ ଚଳିତବର୍ଷ ରଥଯାତ୍ରାର ଶେଷ ସମନ୍ବୟ ବୈଠକ
by Argus News
Tue, Jul 02 | 8:20 a.m.

ପୁରୀ: ଆଜି ଅନୁଷ୍ଠିତ ହେବ ଚଳିତବର୍ଷ ରଥଯାତ୍ରାର ତୃତୀୟ ବା ଶେଷ ସମନ୍ବୟ ବୈଠକ । ଚଳିତ ବର୍ଷ ଜୁଲାଇ 7 ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଆଜି ଦିନ 11.15 ରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଶେଷ ରଥ ସମନ୍ୱୟ କମିଟି ବୈଠକ । ଗତ ବୁଧବାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଆଇନମନ୍ତ୍ରୀଙ୍କ ସମ୍ମୁଖରେ  ଉପସ୍ଥାପନ କରିଥିଲେ । 

ଅନ୍ୟପଟେ ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ । ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ । ଆଇନକାନୁନ ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ଆଜି ବୈଠକରେ ଆଲୋଚନା ହେବ ।  ସେପଟେ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ହୋ ହଲ୍ଲା ହୋଇଥିବା ବେଳେ ସିଡିଏମଓଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ହୋହଲ୍ଲା ହୋଇଥିଲା । ଅନ୍ୟପଟେ ସହରରେ ଘନଘନ ବିଦ୍ୟୁତକାଟ ସମସ୍ୟାକୁ ନେଇ ମଧ୍ୟ ଗତ ବୈଠକରେ ସରଗରମ ଆଲୋଚନା ହୋଇଥିଲା ।

ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ

ତେଣୁ ଏସବୁ ଭିତରେ ଆଗକୁ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାଖଲ କରିବେ। ଆଜି ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧକ୍ଷତା କରିବାକୁ ଥିବାବେଳେ ନୂତନ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ଉପମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିବେ ।
 

ହସ୍ପିଟାଲରେ ଭର୍ତ୍ତି
1m ago
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ସପ୍ତାହ ମଧ୍ୟରେ ୨ ଥର ହସ୍ପିଟାଲରେ ହେଲେଣି ଭର୍ତ୍ତି । ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ଖରା
ନିର୍ବାଚନ
26m ago
ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ
ନୂଆଦିଲ୍ଲୀ: ଆଜି ବ୍ରିଟେନ ନିର୍ବାଚନ । ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ । ଏଥର ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି ଏବଂ ଲେବର ପାର୍ଟି ମଧ୍ୟରେ କଡା ଟକ୍କର ହେଉଛି । ୬୫୦ ଆସ
ବିଶ୍ବ ବିଜେତା
41m ago
ବାର୍ବାଡୋସରୁ ଭାରତ ଫେରିଲେ ବିଶ୍ବ ବିଜେତା
ନୂଆଦିଲ୍ଲୀ: ବାର୍ବାଡୋସରୁ ଭାରତ ଫେରିଲେ ବିଶ୍ବ ବିଜେତା । ସ୍ବତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଫେରିଛନ୍ତି ଚାମ୍ପିୟନ । ଆଜି ସକାଳ ୬ଟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି ଭାରତୀୟ ଟିମ