ଅସନ୍ତୋଷ ଝାଡୁଛନ୍ତି ନେତା, ଟେନସନ୍ ରେ ନବୀନ
by Argus News
Wed, Sep 25 | 7:33 p.m.

ଅର୍ଗସ ବ୍ୟୁରୋ :  ବିଜେଡି ସଙ୍ଗଠନରେ ବିସ୍ଫୋରଣ ସ୍ଥିତି ।  ପ୍ରଦୀପ ମାଝୀ, ବଦ୍ରୀ ପାତ୍ର ଙ୍କ ପରେ ଅଶ୍ବୀନି ପାତ୍ର । ଜଣେ ପରେ ଜଣେ ନେତାଙ୍କ ବିବୃତ୍ତି ବିଜେଡି ସୁପ୍ରମୋଙ୍କ ମୁଣ୍ଡ ବିନ୍ଧା ବଢାଇଲାଣି । ଦିନକୁ ଦିନ ତିବ୍ର ହେବାରେ ଲାଗିଛି ଦଳୀୟ ନେତାଙ୍କ ଅସନ୍ତୋଷ । ପ୍ରଥମେ ଖୋଦ୍ ନବୀନଙ୍କ ସାମ୍ନାରେ ପରାଜୟର କାରଣ କହିବା ସହ ନିଜ ଅସନ୍ତୋଷ ଝାଡିଥିଲେ ପ୍ରଦୀପ ମାଝୀ । ପ୍ରଦୀପ କହିଥିଲେ ମେଣ୍ଟ ଚର୍ଚ୍ଚା,ଦଳୀୟ ନେତା ଅନ୍ତର୍ଘାତି କାର୍ଯ୍ୟ, ଶୂନ୍ୟ ନିର୍ବାଚନ ପରିଚାଳନା ବିଜେଡି ପରାଜୟର ମୁଖ୍ୟ କାରଣ । ଠିକ୍ ସେହିପରି ବରିଷ୍ଠ ବିଧାୟକ ବଦ୍ରୀ ପାତ୍ର ମଧ୍ୟ ନିର୍ବାଚନ ସମୟରେ ନବୀନ ନ ବୁଲିବା, ସଙ୍ଗଠନ ପାଇଁ ସମୟ ନ ଦେବାକୁ ଦାୟୀ କରି ନିଜ ଅସନ୍ତୋଷ ଝାଡିଥିଲେ । ଆଉ ଏବେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ବିଧାୟକ ଅଶ୍ବୀନି ପାତ୍ର ମଧ୍ୟ ଦଳୀୟ ନେତାଙ୍କ ବିମୁଖତା ବିଷୟରେ ନବୀନଙ୍କୁ ଚେତାଇ ଦେଇଛନ୍ତି । ଅଶ୍ବୀନି କହିଛନ୍ତି ଦଳୀୟ ନେତା ଯେଉଁ ମାନେ ବିମୁଖ ହୋଇଛନ୍ତି ବିଶେଷ କରି ବିଭିନ୍ନ କ୍ୟାଡ଼ର ଓ ଲିଡ଼ର ମାନେ ତାଙ୍କୁ କେମିତି ପୁଣି ଥରେ ଫେରେଇ ଆଣି ପାରିବା ସେ ଦିଗରେ କାମ କରାଯିବା ଉଚିତ । 

ଅଧିକ ପଢନ୍ତୁ : ନବୀନଙ୍କ ସାମ୍ନାରେ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝି : କହିଲେ ନିର୍ବାଚନ ହାରିବାର କାରଣ

ସେପଟେ ଦଳ ଭିତରେ ବଢୁଥିବା ଟେନସନ୍ କୁ ଦେଖି ଆସନ୍ତା ୨୭ ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସମସ୍ତ ତୁଙ୍ଗ, ବରିଷ୍ଠ ନେତା, ଯୁବ, ଛାତ୍ର, ମହିଳା ସଙ୍ଗଠନର ପ୍ରମୁଖ ନେତୃବୃନ୍ଦଙ୍କ ସହ ଜିଲ୍ଲା ସଭାପତି ମାନଙ୍କୁ ଶଙ୍ଖ ଭବନ ଡକାଯାଇଛି । ଏହି ବୈଠକରେ ନିର୍ବାଚନ ପୋଷ୍ଟମର୍ଟମ ଓ ପରାଜୟର କାରଣ ଖୋଜା ସମେତ କମିଟି ଚୟନ ରହିବ ଆଲୋଚନାର ପ୍ରମୁଖ ପ୍ରସଙ୍ଗ । ସେହିପରି ଆଗକୁ ହେବାକୁ ଥିବା ପଦଯାତ୍ରା, ନୂଆ କମିଟି ଓ ଅନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା କରିବେ ନବୀନ । 
ଅନ୍ୟପଟେ ନବୀନଙ୍କ ପାଇଁ ସଙ୍ଗଠନ ସଜାଡ଼ିବା ସମ୍ଭବ ହେବ କି ବୋଲି ଉଠିଛି ପ୍ରଶ୍ନ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି କହିଛନ୍ତି ନବୀନଙ୍କ ବୟସାଗତ କାରଣରୁ ସଙ୍ଗଠନକୁ ପୂର୍ବ ଭଳି ସଜାଡି ଦଳକୁ ସମୟ ଦେବା ହୁଏତ ସମ୍ଭବ ହେବ ନାହିଁ । 
ଶାସନରେ ଥିବା ସମୟରେ ଦଳୀୟ ନେତାଙ୍କ ଅସନ୍ତୋଷ କି ପରାମର୍ଶ ବାହାରକୁ ଆସିବାକୁ ଦେଉନଥିଲେ ନବୀନ । ସୁପ୍ରିମୋଙ୍କ ପାଖରେ ପହଞ୍ଚି ନିଜ କଥା ରଖିବା ବି ବିଜେଡି ନେତାଙ୍କ ପାଇଁ ସମ୍ଭବ ନଥିଲା । ନବୀନଙ୍କ ନିକଟରେ ରହି ନିର୍ଦ୍ଧିଷ୍ଟ କୋଟେରୀ ଦ୍ବାରା ଦଳ ଚଳାଉଥିବା ଭି.କେ ପାଣ୍ଡିଆନ୍ କଳ ବଳ କୌଶଳ ଲଗାଇ ନେତାଙ୍କ ସ୍ବରକୁ ଚାପି ଦେବାରେ ସକ୍ଷମ ହେଉଥିଲେ । ନେତା ମନ୍ତ୍ରୀ ମାନେ ଭି.କେ ପାଣ୍ଡିଆନ୍ ଙ୍କ ପାଇଁ କେତେବେଳେ ଟେଣ୍ଡ ବାନ୍ଧୁଥିଲେ ତ ଆଇ କେବେ ଟ୍ରାଫିକ୍ ଜଗୁଆଳି ସାଜୁଥିଲେ । ମାତ୍ର ବର୍ତ୍ତମାନ ସ୍ଥିତି ବଦଳିବା ପରେ ଖୁଲମଖୁଲା ଗଣମାଧ୍ୟମରେ ହେଉ କି ନବୀନଙ୍କ ସାମ୍ନାରେ ଅସନ୍ତୋଷ ଝାଡୁଛନ୍ତି ନେତା । ଯାହା କି ନବୀନଙ୍କ ପାଇଁ ଚିନ୍ତା ବଢାଇଥିବା ବେଳେ ଡକାଯାଇଥିବା ବୈଠକରେ ଅସନ୍ତୁଷ୍ଟ ନେତାଙ୍କୁ ନବୀନ କେତେଦୂର ମ୍ୟାନେଜ କରିବାରେ ସକ୍ଷମ ହୋଇପାରୁଛନ୍ତି ତାହା ଉପରେ ନଜର

ବିଜେଡି
15m ago
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
23m ago
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
26m ago
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା