୨୩ ବର୍ଷର ଅପାରଗତାର ପରିଣାମ, ଧାନକ୍ଷେତରେ ବୁଲୁଛନ୍ତି ଗାଈ ମଇଁଷି
by Argus News
Wed, Nov 08 | 9:34 a.m.

ଅର୍ଗସ ବ୍ୟୁରୋ:  ୨୩ ବର୍ଷର ଅପାରଗତାର ପରିଣାମ । ରାଜ୍ୟରେ ଫେଲ ଜଳସେଚନ ବ୍ୟବସ୍ଥା। ଆଉ କେତେ ଦିନ ବର୍ଷା ଉପରେ ନିର୍ଭର କରିବେ ଚାଷୀ ? ଗୋଟିଏ ପଟେ ସରକାର ଜଳସେଚନର ଡିଣ୍ଡିମ ପିଟୁଛନ୍ତି ଅନ୍ୟପଟେ ଇଏ ହିଁ ବାସ୍ତବ ଚିତ୍ର।  ଧାନଜମିକୁ ପାଣି ନ ମାଡିବାରୁ ବାଧ୍ୟ ହୋଇ ଗାଈମଇଁଷିକୁ ଛାଡିଦେଲେ ଚାଷୀ। ଚଳିତବର୍ଷ ବର୍ଷାର ପରିମାଣ ବହୁତ କମ୍। ଚାଷ ଜମିକୁ ଆଦୌ ପାଣି ନାହିଁ। ଡ୍ୟାମ ସମ୍ପୁର୍ଣ୍ଣ ଭାବେ ଶୁଖିଲା।

ଉଠାଜଳସେଚନର ବ୍ୟବସ୍ଥା ନଥିବାରୁ ଧାନଚାଷୀ ହନ୍ତସନ୍ତ। ବାଧ୍ୟ ହୋଇ ଧାନକ୍ଷେତକୁ ଗାଈ ମଇଁଷି ଛାଡି ଦେଇଥିବା ଦେଖିବାକୁ ମିଳିଛି। ଉଜୁଡି ଯାଇଥିବା ଧାନ ଫସଲରେ ମଇଁଷି, ଗାଈ ଚରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ। ପାତ୍ରପୁର ବ୍ଲକର ଏକାଧିକ ଗାଁରେ ସମାନ ସ୍ଥିତି। ଯାହାକୁ ନେଇ ଚିନ୍ତାରେ ଧାନଚାଷୀ। ସରକାର ମରୁଡି ଘୋଷଣା କରି ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି