ଖୋଲିଲା ଶୀତଳ ଭଣ୍ଡାର, ଶାଗ ମାଛ ଦରରେ ଫସଲକୁ ବିକ୍ରି କରିବନି ଚାଷୀ
by Argus News
Fri, Feb 16 | 6:53 p.m.

ଅର୍ଗସ ବ୍ୟୁରୋ: ମୋହନାଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ହୋଇଯାଇଛି । ଅଞ୍ଚଳର ଚାଷୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଖୁସି  । ସରକାରଙ୍କ ପକ୍ଷରୁ ନହେଲେ ବି ଏକ ବେସରକାରୀ ସଂସ୍ଥା ଏହା କରିବା ଦ୍ଵାରା ଚାଷୀମାନେ ଉପକୃତ ହେବେ । ମୋହନା ବ୍ଲକର ଚାଷୀ ମାନେ ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି l ହେଲେ କୌଣସି ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ ତାର ଅମଳ ଫସଲକୁ ଶାଗ ମାଛ ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଥିଲେ । ଅନେକ ସମୟରେ ପନିପରିବା ପଚି ଶଢ଼ୀ ନଷ୍ଟ ହେଉଥିଲା l ଫଳରେ ଚାଷୀ କ୍ଷତି ସହୁଥିବା ବେଳେ ବ୍ୟବସାୟୀ ମାଲାମାଲ ହେଉଥିଲେ। ବର୍ତମାନ ଏହି ଶୀତଳ ଭଣ୍ଡାର ଦ୍ୱାରା ଚାଷୀ ଉତ୍ପାଦିତ ଫସଲକୁ ସୁରକ୍ଷିତ ରଖି ପାରିବେ । ଏହି କାର୍ଯ୍ୟକ୍ରମରେ ସାଲିଡାରିଡାଡ଼ ର ପରିଚାଳନା ନିର୍ଦେଶକ ସତଦ୍ରୁ ଚଟୋପାଧ୍ୟାୟ ଓ ଲାଇବଲହୁଡ ନିର୍ଦେଶକ ସମ୍ବିତ ତ୍ରିପାଠୀ ଯୋଗଦେଇଛନ୍ତି ।

ଶୀତଳ ଭଣ୍ଡାର ଉଦଘାଟନ ପରେ ମୋହନା ବ୍ଳକର ପିଣ୍ଡିକି ଗାଁକୁ ଯାଇ ଆଦର୍ଶ କୃଷି ଗ୍ରାମ ଘୋଷଣା କରାଯାଇଛି l ଏଥିସହ ପିଣ୍ଡିକି ଗ୍ରାମବାସୀଙ୍କ ସହ ବିଭିନ୍ନ ଚାଷ ସମ୍ବନ୍ଧରେ ଆଲୋଚନା କରିଛନ୍ତି ଅଧିକାରୀ ମାନେ l ଗ୍ରାମର ବିଭିନ୍ନ ପରିବା କ୍ଷେତ ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ l ଚାଷର ପଂଚତନ୍ତ୍ର ସୂତ୍ରୀ ଦ୍ୱାରା କିଭଳି ଭଲ ଫସଲ ଅମଳ ହୋଇପାରିବ ସେ ସମ୍ପର୍କରେଲୋକଙ୍କୁ ବୁଝାଇଥିଲେ l ଏହି ଶୀତଳ ଭଣ୍ଡାର ହେବାଦ୍ବାରା ବହୁତ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଚାଷୀ l କୃଷି ଓ କୃଷକର ବିକାଶ ପାଇଁ ସରକାର ବହୁ ଯୋଜନା କରୁଥିବା ବେଳେ ଏକ ସଂସ୍ଥା ମାଧ୍ୟମରେ ଏହାର ସଫଳ ରୂପାୟନ ପାଇଁ ଚେଷ୍ଟା କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ