ବାପା ମାଡ଼ରେ ବିବାହିତ ଝିଅ ଗୁରୁତର
by Argus News
Mon, Apr 22 | 7:22 p.m.

ଅର୍ଗସ ବ୍ୟୁରୋ: ବାପା ମାଡ଼ରେ ଜଣେ ବିବାହିତ ଝିଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ। 
ଘଟଣାରୁ ପ୍ରକାଶ ଯେ, କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ପଞ୍ଚାୟତ ଅଧୀନ ଜମାଲପୁର ଗ୍ରାମରେ ଗୋକୁଳ କୁମାର ସିହ୍ନାଙ୍କ ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାଙ୍କ ପାଖରେ ବିବାହିତ ଝିଅ ଗାୟତ୍ରୀ ଜେନା ଓ ନାତୁଣୀ ରହୁଥିଲେ। ଆଜି ଗାୟତ୍ରୀଙ୍କୁ  ଗୁରୁତର ରକ୍ତାକ୍ତ ଅବସ୍ଥାରେ କେନ୍ଦ୍ରାପଡା କେନାଲ ପାଖରୁ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଉଦ୍ଧାର କରି ଘରକୁ ଖବର ଦେବାସହ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। 

ଉଦ୍ଧାର କରିଥିବା ଯୁବକଙ୍କ କହିବା କଥା ଗାୟତ୍ରୀଙ୍କ ବାପା ବାଡେଇକି ଏଭଳି କରିଛନ୍ତି ବୋଲି ଝିଅ ଗାୟତ୍ରୀ କହିଛନ୍ତି। ସେପଟେ ମଧ୍ୟ ଝିଅ ମଧ୍ୟ ବାପାଙ୍କୁ କାମୁଡ଼ିଥିବା ତାଙ୍କ ବାପା କହିଛନ୍ତି। ତେବେ ମାଡ଼ ମାରିବା ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ତାତି
5m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
14m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା