ପୁଅର ଜୀବନ ନେଇଗଲା ବାପା
by Argus News
Wed, Oct 16 | 8:17 a.m.

ସମ୍ବଲପୁର: ବାପା ମାଡରେ ପୁଅ ମୃତ । ସମ୍ବଲପୁର  ଜିଲ୍ଲା ଠେଲକୋଲି ଥାନା  ଅନ୍ତର୍ଗତ ଡେରବା ଗାଁରେ ବାପାର କାଠ ଫାଳୀୟା ମାଡ଼ରେ ପୁଅର ମୃତ୍ୟୁ ଘଟିଛି  l ପଡିଶା ଘରର ଛେଳିକୁ ପୁଅ ତଣ୍ଟି ଚିପି ମାରି ଦେଇଥିବାରୁ ବାପା ଉତ୍ୟକ୍ତ ହୋଇ ପୁଅକୁ କାଠ ଫାଳୀୟାରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି l 

ବଳି ପାଇଁ ପଡିଶା ଘରର ଲୋକେ ଛେଳି ଆଣିଥିଲେ । ନିତ୍ୟକିଷାନ ପଡିସା ଘରର ଛେଳିକୁ ତଣ୍ଟି ଚିପି ମାରି ଦେଇଥିଲା ପରେ  ପଡିଶା ଘରର ଲୋକେ ନିତ୍ୟ କିଷାନ ଘରର ପରିବାର ଲୋକଙ୍କୁ ଜଣାଇଥିଲେ  l ବାପା ଉଦ୍ଧବ କିଷାନ ପୁଅର ଏଭଳି କାଣ୍ଡ ଶୁଣି ପୁଅ ନିତ୍ୟ କିଷାନକୁ କାଠ ଫାଳୀୟା ରେ ପିଟି ପିଟି ମାରି ଦେଲା l  ଠେଲକୋଳି ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା  l ଏବଂ ଘଟଣାର ତଦନ୍ତ କରି ଠେଲକୋଳି ପୋଲିସ ବାପା ଉଦ୍ଧବ କିଷାନକୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି । 
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର