ଚନ୍ଦ୍ରରେ ଜଳର ସନ୍ଧାନ !
by Argus News
Thu, Sep 26 | 9:51 p.m.

ଅର୍ଗସ ବ୍ୟୁରୋ: ଚନ୍ଦ୍ରରେ ଜଳର ସନ୍ଧାନ । ପୃଥିବୀର ଏକମାତ୍ର କୃତ୍ରିମ ଉପଗ୍ରହ ଚନ୍ଦ୍ରପୃଷ୍ଠର ଚାରିଆଡ଼େ ବିକ୍ଷିପ୍ତ ଭାବରେ ଜଳକଣା ଭରିରହିଛି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଗବେଷକମାନଙ୍କର ଏହି ନୂତନ ନିଷ୍କର୍ଷ ଚନ୍ଦ୍ରପୃଷ୍ଠରେ ଲୋକମାନେ ରହିବାର ଆଶା କରିଛନ୍ତି ।  ଚନ୍ଦ୍ରକୁ ଯାଇଥିବା ମହାକାଶଯାନ ‘ଚନ୍ଦ୍ରଯାନ-୧’ ୨୦୦୮ ଓ ୨୦୦୯ ମସିହା ଭିତରେ ପଠାଇଥିବା ଚନ୍ଦ୍ରର ଉଭୟ ନିକଟତମ ଓ ଦୂରତମ ପାର୍ଶ୍ବର ଖଣିଜ ମାନଚିତ୍ରରୁ ଏହି ତଥ୍ୟ ମିଳିଛି। ଏପରିକି ଚନ୍ଦ୍ରର ବିଷୁବରେଖା ପରି ଉଷ୍ମତମ ଇଲାକା, ଯେଉଁଠି ଜଳଅଣୁ ମିଳିବାର ସମ୍ଭାବନା କମ୍ , ସେଠାରେ ମଧ୍ୟ ଭରପୂର ଜଳକଣା ରହିଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଚନ୍ଦ୍ରର ମେରୁ ଅଞ୍ଚଳରେ ଅବସ୍ଥିତ ଗଭୀର ଗାତରେ ପ୍ରଚୁର ଜଳ ଅଛି ବୋଲି ଅନୁମାନ କରାଯାଉଥିଲା। ଏଥିରୁ ସ୍ପଷ୍ଟ ଯେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ ପାଇଁ ଚନ୍ଦ୍ରରେ ଥିବା ପଥର ଗୁଡ଼ିକୁ ଉତ୍ତପ୍ତ କରି ସେଥିରୁ ଜଳ ସଂଗ୍ରହ ହୋଇପାରିବ ବୋଲି ଆଶା କରାଯାଉଛି । 

 

ବିଜେଡି
8m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ