ବାରିପଦା ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ
by Argus News
Mon, Jul 15 | 8:09 a.m.

ମୟୂରଭଞ୍ଜ:  ବାରିପଦା ସହରରେ ଥିବା "ସାଇ ହସ୍ପିଟାଲ" ନାମକ ଏଟ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ଇଲେକ୍ଟ୍ରିକ ସଟସର୍କିଟରୁ ନିଆଁ ଲାଗିଥିବା ନେଇ ଅନୁମାନ । ରାତି ପାଖାପାଖି ୩.୫୦ ମିନିଟ୍ ସମୟରେ ନର୍ସିଂହୋମର ଦ୍ବିତୀୟ ମହଲାରେ ରହିଥିବା ଆଇସିୟୁର ଡ୍ୟୁଟି ରୁମରେ ଲାଗିଥିଲା ନିଆଁ ।  ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ନର୍ସିଂହୋମରେ ଅଳ୍ପ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣା ପଡିଛି । ଅଗ୍ନିକାଣ୍ଡ ବିଭାଗ ନିଆଁ ଓ ଧୂଆଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ନେଇଥିବା ନେଇ ସୂଚନା ଦେଇଛନ୍ତି ।

କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ

ନିକଟରେ କଟକର ତ୍ରିସା ନର୍ସିଂହୋମ୍ ରେ ନିଆଁ ଲାଗିଥିଲା । ଯେଉଁଥିରେ ଜଣେ 12 ଦିନର ଶିଶୁର ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡ ର ପ୍ରକୃତ କାରଣ କଣ , ହସ୍ପିଟାଲରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ ମଧ୍ୟ କାହିଁକି ଠିକଣା ସମୟ ରେ ବ୍ୟବହାର ହୋଇପାରିଲା ନାହିଁ । ହସ୍ପିଟାଲ କର୍ତୃପକ୍ଷ ଅଗ୍ନିନିର୍ବାପକ ବ୍ୟବସ୍ଥା କୁ ଠିକ ଭାବେ କାହିଁକି ବ୍ୟବହାର କରିପାରିଲେ ନାହିଁ। ଏମିତି ଅନେକ ପ୍ରଶ୍ନ ଏବେ ସାମନାକୁ ଆସିଛି। 

ଆହୁରି ପଢନ୍ତୁ ଓଡିଶା ଖବର...
 

ଆଜିଠାରୁ ଏକମାସ
50m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି