ତୁର୍କିରେ ଅଘଟଣ : ଅଗ୍ନିକାଣ୍ଡ ଘଟି ୨୯ ଜଣଙ୍କ ମୃତ୍ୟୁ
by Argus News
Tue, Apr 02 | 9:15 p.m.

ଅର୍ଗସ ବ୍ୟୁରୋ : ତୁର୍କିରେ ଘଟିଲା ବଡ଼ ଧରଣର ଅଘଟଣ । ତୁର୍କିର ଇସ୍ତାନବୁଲ ସହରର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୯ ଜଣଙ୍କ ମୃତ୍ୟୁ । ଘଟଣାରେ ଆହୁରି ଅନେକ ଆହତ ହୋଇଛନ୍ତି । କେତେକ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନିଆଁକୁ ଆୟତ୍ତ କରାଯାଇଛି ।

ଅଧିକ ପଢନ୍ତୁ ବିଦେଶ ଖବର

ଖବର ଅନୁଯାୟୀ, ଇସ୍ତାନବୁଲରେ ଥିବା ମାସକରେଡ୍ ନାଇଟ୍ କ୍ଲବକୁ ମରାମତି ପାଇଁ ବନ୍ଦ କରି ଦିଆଯାଇଥିଲା । ଏହି ନାଇଟ୍ କ୍ଲବଟି ବେସିକଟାସ୍ ଜିଲ୍ଲାର ଏକ ୧୬ ମହଲା ଆବାସିକ କୋଠାର ତଳ ମହଲାରେ ଥିଲା । ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ମୃତ୍ୟୁବରଣ କରିଥିବା ଲୋକମାନେ ଉକ୍ତ କ୍ଲବର ମରାମତି କାମରେ ଲାଗିଥିବା ଶ୍ରମିକ ବୋଲି କୁହାଯାଉଛି ।

ରାଜ୍ୟରେ ଲାଗୁ ହେବ
18m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର