ଲୁବ୍ରିକାଣ୍ଟ ଓ ଫେବ୍ରିକେସନ ଦୋକାନରେ ଅଗ୍ନିକାଣ୍ଡ, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
by Argus News
Thu, Jan 25 | 12:52 p.m.

ଭୁବନେଶ୍ୱର:  ଲୁବ୍ରିକାଣ୍ଟ ଓ ଫେବ୍ରିକେସନ ଦୋକାନରେ ଅଗ୍ନିକାଣ୍ଡ । ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷତି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ଛକରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । 

ନିମାପଡ଼ା-ସରଦେଇପୁର ରାସ୍ତାର ଚଣାହଟ୍ଟା ଛକରେ ଥିବା ରଘୁନାଥ ଜେନାଙ୍କ ଲୁବ୍ରିକାଣ୍ଟ ଦୋକାନ କୌଣସି କାରଣରୁ ହଠାତ ଅଗ୍ନି ସଂଯୋଗ ହୋଇଥିଲା । ଦୋକାନ ଭିତରେ ମୋବିଲ, ଗାଡ଼ି ପାର୍ଟସ ଏବଂ ଅନ୍ୟାନ୍ୟ ସାମଗ୍ରୀ ହୁତୁହୁତ ହୋଇ ଜଳିଥିଲା । 

ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ସେତେବେଳକୁ ବହୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା । ସେହି ଦୋକାନକୁ ଲାଗି ଥିବା ପ୍ରତାପ ଜେନାଙ୍କ ମହାବୀର ଫେବ୍ରିକେସନ ପ୍ରଭାବିତ ହୋଇଛି । ପ୍ରତାପଙ୍କ ୪ ଟି ୱେଲଡିଂ ମେସିନ, ୩ଟି ଡ୍ରିଲ୍ ମେସିନ, ଜେନେରେଟର ୧, ବାଇକ ୪  ଏବଂ ନଗଦ 1 ଲକ୍ଷ ଟଙ୍କା ଅନ୍ୟାନ୍ୟ ସାମଗ୍ରୀ ପ୍ରାୟ ପୋଡ଼ି ପାଉଁଶ ହୋଇଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

SECOND
2m ago
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
29m ago
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
37m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ