ଆଦିବାସୀ ମହିଳାଙ୍କ ଘରେ ପଶି ଗୁଳି ମାରିଲେ ଦୁର୍ବୃତ୍ତ
by Argus News
Wed, Dec 06 | 12:08 p.m.

ବାଲେଶ୍ୱର:  ଆଦିବାସୀ ମହିଳାଙ୍କ ଘରେ ପଶି ଗତକାଲି ରାତିରେ ତିନି ରାଉଣ୍ଡ ଗୁଳି ମାଡ଼ ହୋଇଛି । ଗୁଳି ମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ଗୁରୁତର ମହିଳା ଜଣକ ସଙ୍କଟାପନ୍ନ ଅଛନ୍ତି । ନୀଳଗିରି ବ୍ଲକ ବରହମପୁର ଥାନା ରାଇପାଳ ଗ୍ରାମର ୫୦ ବର୍ଷୀୟ ମହିଳା ଲକ୍ଷ୍ମୀ ମୁର୍ମୁ ଘରେ ଶୋଇଥିବାବେଳେ ଦୁଇ ଜଣ ଅଜଣା ଯୁବକ ଗୁଳି ମାରି ଚମ୍ପଟ ମାରିଥିବା ଜଣାପଡିଛି। ଗୁରୁତର ଭାବେ ମହିଳାଙ୍କୁ ନୀଳଗିରି ପରେ କଟକ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ମହିଳାଙ୍କ ଅଣ୍ଟା, ପେଟ ଓ ହାତରେ ଗୁଳି ବାଜିଥିବା ଜଣାପଡିଛି । ଏନେଇ ବରହମପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

ଆଜିଠାରୁ ଏକମାସ
10m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
32m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
33m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି