ମହାନଦୀକୁ ଗାଧୋଇବାକୁ ଯାଇ ଘଟିଲା ଅଘଟଣ
by Argus News
Fri, Apr 05 | 4:28 p.m.

ଅର୍ଗସ ବ୍ୟୁରୋ : ଗତକାଲି ସହଙ୍ଗା ଗୋପାଳପୁର ଠାରେ ମହାନଦୀରେ ଡଙ୍ଗା ଓଲଟି ପଡିବାରୁ ନିଖୋଜ ଥିବା ଯୁବକ ରଜତ ନାୟକଙ୍କୁ ଆଜି ଉଦ୍ଧାର କରିଛି ଅଗ୍ନିଶମ୍ ବାହିନୀ । ଗତ କାଲି ଡଙ୍ଗାଟି ଗଣ୍ଡ ମଝିରେ ପଲଟି ଯିବା ପରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ । ଆଜି ସକାଳେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଜଣକ ଢେ଼ଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଅଞ୍ଚଳର ୨୩ ବର୍ଷିୟ ରଜତ ନାୟକ ବୋଲି ଜଣାପଡି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପଞ୍ଚାୟତ ସପ୍ତଶଯ୍ୟା ପଡା ଗ୍ରାମର ଦୁଇଜଣ ଯୁବକ ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ବୁଲାବୁଲି ସାରି ୪ ଯୁବକ ଗତକାଲି ମଧ୍ୟାହ୍ନ ସମୟରେ ବାଙ୍କୀ ଥାନା ଅନ୍ତର୍ଗ ସହଙ୍ଗା ଗୋପାଳପୁର ଗ୍ରାମ ଦେଇ ପ୍ରବାହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ କୌତୁହଳବଶଃତ ହୁଲି ଡଙ୍ଗାରେ ଭିତରକୁ ପଳାଇଥିଲେ । ମାତ୍ର ମଝି ନଦୀରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । 

ଦୁଇ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମାତ୍ର ରଜତଙ୍କ କୌଣସି ପତ୍ତା ମିଳୁ ନ ଥିଲା । ଗତକାଲି ରାତି ସାରା ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍‌, ସ୍କୁବା ଡାଇଭର ଖୋଜାଖୋଜି କରି ବି ରଜତଙ୍କ ଖବର ପାଇ ପାରି ନ ଥିଲେ। ଆଜି ସକାଳୁ ପୁଣି ଥରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରି ମୃତଦେହ ଉଦ୍ଧାର କରିଛନ୍ତି ।

BOBBY DAS
10m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
21m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
24m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ