ନିର୍ବାଚନ ପୂର୍ବରୁ ପୁରୀରେ ଫ୍ଲାଗ ମାର୍ଚ୍ଚ  
by Argus News
Sun, Mar 17 | 11:26 a.m.

ପୁରୀ:  ନିର୍ବାଚନ ପରିପ୍ରେକ୍ଷୀରେ ସୁରକ୍ଷାବଳ ପକ୍ଷରୁ ପୁରୀ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ରଙ୍କ ନେତୃତ୍ବରେ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସିଂହଦ୍ଵାର ନିକଟରୁ ବାହାରି ଶ୍ରୀମନ୍ଦିର ଚତୁର୍ପାଶ୍ବ ଓ ବଡଦାଣ୍ଡ ଦେଇ ଶରଧାବାଲି ପର୍ଯ୍ୟନ୍ତ ଯାଇଥିଲା।  

ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୃଙ୍ଖଳା ରକ୍ଷା ସହ ଲୋକ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ଏହି ଫ୍ଲାଗ ମାର୍ଚ୍ଚର ଉଦ୍ଦେଶ୍ୟ। ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ସଶସ୍ତ୍ର ବାହିନୀ ଓ ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଓ ଏସପି ଅନୁରୋଧ କରିଛନ୍ତି। 

ସେହିପରି ବଡ଼ମ୍ବାରେ ବି ପୋଲିସର ଫ୍ଲାଗ୍ ମାର୍ଚ୍ଚ । ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ବଡ଼ମ୍ବା ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା ରୋକିବା ନିମନ୍ତେ ବଡ଼ମ୍ବାରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବଡ଼ମ୍ବା ଥାନାଧିକାରୀ ଶିବପ୍ରସାଦ ଭଦ୍ରଙ୍କ ନେତୃତ୍ବରେ ଆଠଗଡ଼ ଏସ୍‌ଡିପିଓ, ବଡ଼ମ୍ବା ଥାନା ସବ୍‌ଇ‌ନ୍ସପେଟରଙ୍କ ସହ ୩ ପ୍ଲାଟୁନ୍ ସିଆର୍‌ପିଏଫ୍ କମାଣ୍ଡୋ ଯୋଗ ଦେଇଥିଲେ । ବଡ଼ମ୍ବା ଥାନାଠାରୁ ବାହାରି ବଡ଼ଦାଣ୍ଡ ସାହି ଦେଇ ବଡ଼ମ୍ବା ଟାଉନ ପରିକ୍ରମା କରିଥିଲେ ଏହି ଟିମ୍ ।.

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

ଉଦ୍ଧାର କଲରାପତରିଆ
26m ago
ଉଦ୍ଧାର କଲରାପତରିଆ ବାଘର ଚେତା ଫେରିଲା
ଅର୍ଗସ ବ୍ୟୁରୋ: ବାରିପଦା ଭଞ୍ଜପୁର ବୁଢିଖମାରୀ ଅଞ୍ଚଳକୁ ପସିଆସିଥିବା କଲରାପତରିଆ ବାଘକୁ ନିଶ୍ଚେତକ ଦେଇ କାବୁ କରିଥିଲା ବନବିଭାଗ । ଏହାକୁ ଏକ ପିଞ୍ଜରାରେ ଭର୍ତ୍ତି କରି ରକ୍ଷକ ଗାଡିର
ପ୍ରଧାନମନ୍ତ୍ରୀ ମୋଦି
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍