ଦୁବାଇରେ ପ୍ରକୃତି ରଚୁଛି ତାଣ୍ଡବ, ବାତିଲ୍ ହେଲା ୨୮ ବିମାନ
by Argus News
Wed, Apr 17 | 5:01 p.m.

ଅର୍ଗସ ବ୍ୟୁରୋ : ଦୁବାଇରେ ପ୍ରକୃତି ରଚୁଛି ତାଣ୍ଡବ । ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ କଲବଲ ହୋଉଛନ୍ତି ଲୋକେ । ଗୋଟିଏ ଦିନରେ ଏପରି ବର୍ଷା ହୋଇଛି ଯେ, ଚାରିଆଡ଼େ କେବଳ ପାଣି ହିଁ ପାଣି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ୨୮ଟି ବିମାନକୁ ବାତିଲ୍ କରାଯାଇଛି । 

ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ ଟି ବିମାନକୁ ବାତିଲ କରିଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ କରାଯାଇଛି । ଦୁବାଇର ଫ୍ଲାଗସିପ୍ ଏମିରେଟ୍ସ ଏୟାରଲାଇନ୍ସ କହିଛି ଯେ ଦୁବାଇରେ ଖରାପ ପାଗ ଏକ ଯାତ୍ରା ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଯାତ୍ରୀମାନଙ୍କ ପାଇଁ ସମସ୍ତ ଚେକ୍ ଇନ୍ ବନ୍ଦ କରାଯାଇଛି । 

ଅଧିକ ପଢନ୍ତୁ ବିଦେଶ ଖବର

ଗତକାଲି ଦୁବାଇରେ ରେକର୍ଡ ବର୍ଷା ହୋଇଛି, ଯାହା ୟୁଏଇ ସହର ଗଠନ ପରେ ପ୍ରଥମ । ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୯୭୧ରେ ୟୁଏଇ ଗଠନ ପୂର୍ବରୁ ୧୯୪୯ ମସିହାରେ ଏପରି ଝଡ଼-ବର୍ଷା ହୋଇଥିଲା । ବର୍ଷା ଯେ କେବଳ ଦୁବାଇକୁ ପ୍ରଭାବିତ କରିଛି ତାହା ନୁହେଁ, ସମଗ୍ର ୟୁଏଇ ଏବଂ ପଡୋଶୀ ବହାରେନରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । 

HOROSCOPE
50m ago
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
56m ago
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ