ମାଲଗୋଦାମରେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ
by Argus News
Fri, Oct 25 | 1:26 a.m.

ଅର୍ଗସ ବ୍ୟୁରୋ: ମାଲଗୋଦାମରେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ । ଶୁଖିଲା ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ଅଭିଯୋଗରେ କଟକ ମାଲଗୋଦାମରେ ଚଢ଼ାଉ କରିଛନ୍ତି ରାଜ୍ୟ ଯୋଗାଣ ବିଭାଗ । ବିଭିନ୍ନ ଗୋଦାମକୁ ଯାଞ୍ଚ କରିବା ସହ ନୋଟିସ ମଧ୍ୟ କରାଯାଇଛି । ଅଭିଯୋଗ ଆସିଥିଲା । ସେଥିପାଇଁ  ନିଜେ ନିରୀକ୍ଷଣ କଲି । ଟିକେ ଅଧିକ ଦାମରେ ବିକ୍ରି ହେଉଥିଲା ସେଥିପାଇଁ ଷ୍ଟକ୍ ଯାଞ୍ଚ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଚୁଡା ,ଡାଲି, ତେଲ ସାମଗ୍ରୀ ଅଧିକ ଟଙ୍କାରେ ବିକ୍ରି ହେଉଥିଲା । ପ୍ରଥମରୁ କୁହାଯାଇଛି କଳାବଜାରୀ କିମ୍ବା ହୋଡ଼ିଂ କରିବ ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ଏହି ଦୁର୍ବିପାକ ସମୟରେ ଲୋକଙ୍କୁ ହଇରାଣ କରନ୍ତୁନାହିଁ ।  ବର୍ତ୍ତମାନ ମାଲଗୋଦାମରେ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରହିଛି । ତେଣୁ ବାତ୍ୟାକୁ ଭୟ ନକରି ସଚେତନ ରହିବା ପାଇଁ ଲୋକ ମାନଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

ଅନ୍ୟପଟେ ମନ୍ତ୍ରୀଙ୍କୁ କିଏ ଭୁଲ ସୂଚନା ଦେଉଛି ।  ପୂର୍ବରୁ ମାଲଗୋଦାମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଏହି ପ୍ରାକୃତିକ ଦୁର୍ବିପାକ ସମୟରେ କଳାବଜାରୀ ହେଉ କି ଚଢା ଦର କିଛି ବି ବରଦାସ୍ତ କରାଯିବନି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଭଦ୍ରକ, ବାଲେଶ୍ଵର , ଜଗତସିଂହପୁର , କେନ୍ଦ୍ରାପଡା ପାଇଁ  ଏଯାବତ ତ୍ରୁଟିଶୂନ୍ୟ ଭାବରେ ରିଲିଫ ଯାଇ ସାରିଛି ।  ସକାଳୁ ବନ୍ଦ ରହିଛି ମାଲଗୋଦାମ । କେହି ଜାଣିକି ଗୋଦାମ ବନ୍ଦ କରି ନାହାନ୍ତି । ତେଣୁ ମନ୍ତ୍ରୀଙ୍କ ଏହି ଅତର୍କିତ ଗସ୍ତକୁ ନାପସନ୍ଦ କରିବା ସହ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଂଘର କର୍ମକର୍ତ୍ତା । ଏହି ଗସ୍ତ ସମୟରେ ଛତ୍ରବଜାରରେ ଷ୍ଟକ ଯାଞ୍ଚ୍ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।


 

CYCLONE DANA
18m ago
ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି । ପବନ ପ୍ରଭାବରେ ଭିତରକନିକାରେ ଉଠିଲା ଜୁଆର । ଆଉ କିଛ
CYCLONE UPDATE
ଭୋର୍‌ ଯାଏଁ ଚାଲୁ ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିତରକନିକା- ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଦାନା । ରାତି 12 ଟା 5 ର
CYCLONE DANA
ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର
ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବ