୨୦ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର 
by Argus News
Wed, Apr 17 | 7:20 p.m.

ଭୁବନେଶ୍ୱର:  ୨୦ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । ଆଗାମୀ ୫ ଦିନ ଆହୁରି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆହୁରି ଜଳିବ ଓଡିଶା। ବଢିବ ଦିନ ତାପମାତ୍ରା। ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ରୁ ୨୦ ତାରିଖ ଯାଏ ଅନେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ।

ଏହା ସହ କିଛି କିଛି ଜିଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଛୁଇଁପାରେ ନେଇ ଆକଳନ କରିଛି ବିଭାଗ । ନୟାଗଡ଼, ମୟୁରଭଞ୍ଜ, ନୂଆପଡା, ଗଜପତିରେ ହୋଇପାରେ ତାପମାତ୍ରାର ବର୍ଷା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ଟି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସବୁଠୁ ଅଧିକ ବର୍ଷା ୧୮ ମିମି କେନ୍ଦ୍ରାପଡାରେ ରେକର୍ଡ ହୋଇଛି। ରାଜ୍ୟରେ ବାରିପଦା ସବୁଠୁ ଅଧିକ ତାପମାତ୍ରା ଗତକାଲି ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ୨୦ ତାରିଖ ପରଠାରୁ ସ୍ୱଳ୍ପ ଆସ୍ୱସ୍ତି ମିଳିପାରେ। 

ଅଧିକ ପଢନ୍ତୁ ଓଡିଶା ଖବର
 

IPL-2024
3m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
7m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍
PRIME MINISTER
14m ago
ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁଣି ମୋଦି ଧମାକା । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । 20 ତାରିଖ ସକାଳ 8ଟାରେ ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍