ପୁରୀରେ ଏଇ କାରଣ ଲାଗି ମାଟି କାମୁଡ଼ିଲା ବିଜେଡି
by Argus News
Sat, Jun 15 | 7:18 p.m.

ଅର୍ଗସ ବ୍ୟୁରୋ : ଅନୁତାପ କଲେ ବି କିଛି ଲାଭ ନାହିଁ । କାରଣ ଭୁଲ ରଣନୀତି ହିଁ ବିଜେଡି ମାଟି କାମୁଡ଼ିଲା । ଯେଉଁ ଆସନରେ ବର୍ଷବର୍ଷ ଧରି ବିଜେଡି ବିଜୟ ହେଉଥିଲା, ଏଥର ଭୁଲ ନିଷ୍ପତ୍ତି ଯୋଗୁଁ ଦଳ ଅମାନତ ହରାଇଲା । ମିଳିଥିବା ସୂଚନା ଅନୁସାରେ, ପୁରୀର ୬ ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ପାଇଁ ସବୁଠୁ ଅଧିକ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ନିମାପଡ଼ା ବିଧାନସଭା ଆସନ । କାରଣ ଏହି ଆସନରେ ବିଜେଡିର ପୂର୍ବତନ ବିଧାୟକ ସମୀର ରଂଜନ ଦାଶଙ୍କ ଟିକେଟ୍‌ କାଟି ଦିଲ୍ଲୀପ କୁମାର ନାୟକଙ୍କୁ ଟିକେଟ୍‌ ଦେଇଥିଲା ଦଳ । ଦିଲୀପ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିର ହାତ ଧରିଥିଲେ । ଯାହା ଦଳ ପାଇଁ ମହଙ୍ଗା ପଡ଼ିଛି । କାରଣ ଦିଲ୍ଲୀପ ଗଡ଼ ବଂଚାଇବାରେ ସଫଳ ହୋଇନାହାନ୍ତି ।

ବିଜେଡି ପାଇଁ କାଳ ହେଲେ ପାଣ୍ଡିଆନ । ନିଜର ଭୁଲ ନିଷ୍ପତ୍ତି ଲାଗି ୨୪ ବର୍ଷର ନିରଙ୍କୁଶ ଶାସନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିଜେଡିର ନୂଆ ପ୍ରାର୍ଥୀ ଭାବେ ଶେଷ ପର୍ଯ୍ୟନ୍ତ ଦିଲୀପ ବିଜୟ ପାଇଁ ସଂଘର୍ଷ କରିଥିଲେ । କିନ୍ତୁ ଶେଷ କିଛି ବୁଥ୍‌ ତାଙ୍କୁ ପରାଜୟ ଆଡ଼କୁ ନେଇ ଯାଇଥିଲା । ଜିଲ୍ଲାର ୬ ନିର୍ବାଚନମଣ୍ଡଳୀ ଭିତରେ ସବୁଠୁ କମ୍‌ ଭୋଟ୍‌ ବ୍ୟବଧାନ ଅର୍ଥାତ୍‌ ମାତ୍ର ୪ହଜାର ୪୫୮ ଭୋଟ୍‌ରେ ପଛରେ ରହି ଦିଲୀପ ପରାଜିତ ହୋଇଥିଲେ । ପ୍ରଭାତୀଙ୍କୁ ୯୫ହଜାର ୧୨୬ ଭୋଟ୍‌ ଓ ଦିଲୀପଙ୍କୁ ୯୦ହଜାର ୬୬୮ ଭୋଟ୍‌ ମିଳିଥିଲା। ଆଉ ବିଧାୟିକା ହେବା ପରେ ରାଜ୍ୟର ଆଜି ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରଭାତୀ ପରିଡ଼ା ।

କଥା ହେଲା, ନିମାପଡ଼ାରେ କେତେବେଳେ ବିଜେପି ତ କେତେବେଳେ ବିଜେଡି ବିଜୟୀ ହୋଇଛି । ୨୦୦୦ ଓ ୨୦୦୪ ସାଧାରଣ ନିର୍ବାଚନରେ ବିଜେପିର ବାଇଧର ମଲ୍ଲିକ ଏଠାରୁ ବିଜୟୀ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ସମୀର ବିଜେଡିରୁ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ଲଢ଼ିଥିଲେ ଓ କଂଗ୍ରେସ ସହ ଟକ୍କର ହୋଇଥିଲା। ଏହି ନିର୍ବାଚନରେ ପ୍ରାୟ ୪୦ହଜାର ଭୋଟ୍‌ରେ ବିଜୟୀ ହୋଇଥିଲେ ସମୀର । ପରେ ବିଜେଡି କେବେ ପରାଜୟ ମୁହଁ ଦେଖିନି । ୨୦୧୪, ୨୦୧୯ରେ ସମୀର ବିଜୟୀ ହୋଇ ବିଧାୟକ ହୋଇଛନ୍ତି । ହେଲେ ୨୪ ରେ ସମୀରଙ୍କ ବଦଳରେ ବିଜେଡି ଦିଲୀପଙ୍କୁ ଟିକେଟ୍‌ ଦେଇଥିଲା ।

ଯାହାକୁ ନେଇ ସମୀର ଓ ତାଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ । ଯେଉଁଥିପାଇଁ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମୀର ତାଙ୍କ ସମର୍ଥକଙ୍କ ସହ ବିଜେପିରେ ମିଶିଥିଲେ । ଯାହା ବିଜେପି ପାଇଁ ବରଦାନ ସଦୃଶ ହୋଇଥିଲା । ୨୦୦୪ ପରଠାରୁ ଯେଉଁ ବିଜେପି ବିଜୟ ସ୍ବାଦ ଚାଖିନଥିଲା, ୧୫ବର୍ଷ ପରେ ଚଳିତ ନିର୍ବାଚନରେ ବିଜେପି ବିଜୟ ମୁକୁଟ ପିନ୍ଧିଛି । ଗଣତି ଆରମ୍ଭରୁ ହିଁ ଦିଲୀପ ପ୍ରାୟ ୩ଶହରୁ ୧୫ଶହ ଭୋଟ୍‌ ବ୍ୟବଧାନରେ ପଛରେ ରହିଥିଲେ । ୭ମ ପର୍ଯ୍ୟାୟ ଗଣତି ପରଠାରୁ ଭୋଟ୍‌ ବ୍ୟବଧାନ ବଢ଼ିବା ସହ ୨ହଜାର ଟପିଥିଲା । ୨୦ ପର୍ଯ୍ୟାୟ ଗଣତି ସୁଦ୍ଧା ୨ହଜାରରୁ ୩ହଜାର ଭିତରେ ଭୋଟ୍‌ ବ୍ୟବଧାନ ରହିଥିଲା । କିନ୍ତୁ ଶେଷ 
 

ରସୁଣ
1m ago
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ରସୁଣ
ଅର୍ଗସ ବ୍ୟୁରୋ: ରସୁଣ କେବଳ ଏକ ମସଲା ନୁହେଁ ଯାହା ଖାଦ୍ୟର ସ୍ୱାଦ ବଢାଇଥାଏ ଏହାର ବ୍ୟବହାର ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ । ଯଦି ଆପଣ ଖାଲି ପେଟରେ ରସୁଣ ଖାଆନ୍ତି ତେବେ ଏହା ଆପଣଙ୍
SPEED 10
1m ago
Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ୍‌ ଦେଖନ୍ତୁ
ଅର୍ଗସ ବ୍ୟୁରୋ: ପୋଲିସ୍‌କୁ ବଣ୍ଟାଯିବ ୯ ହଜାର ବାଇକ୍, ପୂରଣ ହେବ ଖାଲି ପଦବୀ । ପ୍ରତି ପୋଲିସ ପାଖରେ ରହିବ ବାଇକ୍ । ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବା ସହିତ ଜିଲ୍ଲାପାଳ
JAMMU KASHMIR
6m ago
ପୁଣି ବିଳିବିଳାଇଲାଣି : ପାକିସ୍ତାନ ମିଳିତ ଜାତିସଂଘରେ ଉଠାଇଲା କାଶ୍ମୀର ପ୍ରସଙ୍ଗ
ଅର୍ଗସ ବ୍ୟୁରୋ: କଶ୍ମୀର ପାଇଁ ପାଗଳ ହୋଇଗଲାଣି ପାକିସ୍ତାନ । ଗୋଟିଏ ପଟେ ପିଓକେ ଅଂଚଳର ଲୋକେ ପାକିସ୍ତାନକୁ ବିରୋଧ କରି ଜମ୍ମୁରେ ମିଶିବା ପାଇଁ କହିଲେଣି । ଏମିତିକି ଜମ୍ମ