ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
by Argus News
Mon, Jul 01 | 7:54 p.m.

ଅର୍ଗସ ବ୍ୟୁରୋ :  ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ହାତୀ ଆକ୍ରମଣ ଯୋଗୁଁ ଯାଉଛି ମଣିଷ ଜୀବନ । ଏଥିରେ ରୋକ ଲଗାଇବାକୁ ନୂଆ ପଦକ୍ଷେପ ନେଇଛି ବନ ବିଭାଗ। ଅଧିକ ଧନ ଜୀବନ ନଷ୍ଟ କରୁଥିବା ୧୨ଟି ର ଚରିତ୍ର ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଛି ।ଏମାନଙ୍କୁ ସୁଧାର କେନ୍ଦ୍ର କୁ ନିଆଯାଇ ରେଡ଼ିଓ କଲାର ଲଗାଇ ଜଙ୍ଗଲରେ ଛଡାଯିବ । ତଥାପି ହାତୀର ଆଚରଣରେ ପରିବର୍ତ୍ତନ ନହେଲ ବନ ବିଭାଗ ର ଟ୍ରେନିଂ କ୍ୟାମ୍ପ ରେ ରଖାଯିବ ।  ରାଉରକେଲା, ବାରିପଦା, ଭୁବନେଶ୍ୱର, ଅନୁଗୁଳ ସରକଲ ରେ 3 ଟି ଲେଖାଏଁ ହାତୀ ଙ୍କୁ ପର୍ଯ୍ୟାୟ କ୍ରମେ ଟ୍ରାଙ୍ଗୁଲାଇଜ କରାଯିବା ପାଇଁ ଯୋଜନା କରାଯାଇଛି । ଚନ୍ଦକା ର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକା ରେ ବୁଲୁଥିବା ମାଖନା କୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି ।

ଅଧିକ ପଢନ୍ତୁ : ଏଣିକି ସାବାଡ୍‌ ହେବେ ଉତ୍ପାତିଆ ହାତୀ

ଏହି ୩ ହାତୀକୁ ଛାଡି ଅନ୍ୟ 9 ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି ତାହାର ରିପୋର୍ଟ ଡି ଏଫ ଓ ମାନଙ୍କୁ ମଗା ଯାଇଛି । ରିପୋର୍ଟ ଆସିବା ପରେ ଏମାନଙ୍କୁ କେବେ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲାଗଯିବ ତାହା ସ୍ପଷ୍ଟ ହେବ । ଚଳିତ ବର୍ଷ ହାତୀ ଗଣନା ବେଳେ 300 ରୁ ଅଧିକ  ଦନ୍ତା ହାତୀ କୁ ଚିନ୍ହଟ କରାଯାଇଥିଲା । ଦନ୍ତାଙ୍କ ପ୍ରାଦୁର୍ଭାବ ଅଧିକ ରହିଥିବାରୁ ଏମାନଙ୍କୁ ଆଚରଣର ଅନୁଧ୍ୟାନ  କରାଯାଇ ସ୍ବତନ୍ତ୍ର ନଜର ରଖାଯାଇଛି । ଯାହା ଫଳରେ ବନ କର୍ମଚାରୀ ଏମାନଙ୍କ ଉପରେ ନଜର ରଖି ପାରିବେ । 

ଗତ ୪ ବର୍ଷ ଭିତରେ ହାତୀ ଆକ୍ରମଣ ଯୋଗୁଁ  ପ୍ରାୟ ୩୫୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବନ ବିଭାଗର ଏ ପଦକ୍ଷେପ ପରେ ହାତୀ ମଣିଷ ଲଢ଼େଇ କେତେ ଦୂର ହ୍ରାସ ପାଉଛି ତାହା ଉପରେ ନଜର । 


 

ଶ୍ରୀଜିଉ
6m ago
11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ
ପୁରୀ: 11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ । ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ସନ୍ଦେଶ । ଅନବସର ଦ୍ବାଦଶୀରେ ଆଜି ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତ
ହଡ଼ପ
15m ago
ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା
ରାୟଗଡ଼ା : ରାୟଗଡ଼ା ଶ୍ରମ ବିଭାଗ କେଳେଙ୍କାରୀରେ ସମ୍ପୃକ୍ତ ତଳୁ ଉପର ବହୁ ଅଧିକାରୀ । ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା । କେବଳ ଜଣଙ୍କୁ ନିଲମ୍ବନ କରି ଚୁପ
ବିଜେଡି ସରକାର
27m ago
7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର
କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52