11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ 
by Argus News
Wed, Jul 03 | 9:06 p.m.

ପୁରୀ: 11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ । ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ସନ୍ଦେଶ । ଅନବସର ଦ୍ବାଦଶୀରେ ଆଜି ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ବର୍ଷ ତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ପାଟ ଡୋର ସହ ଅଣସର ସମୟରେ ଲାଗି ହୋଇଥିବା ଚନ୍ଦନ ଓ କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତା ଓ ପତି ମହାପାତ୍ର ସେବାୟତ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଶ୍ରୀନହରରେ ପହଞ୍ଚି ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ପ୍ରସାଦ ଲାଗି ଅର୍ପଣ କରିଥିଲେ ।

ଆସନ୍ତା ୭ ତାରିଖରେ ନବଯୌବନ, ନେତ୍ରୋତ୍ସବ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ । ଘୋଷାଯାତ୍ରାକୁ ଆଉ ମାତ୍ର 3 ଦିନ ବାକି ଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ନିର୍ମାଣ କାର୍ଯ୍ୟ । ରଥରେ ସଖୀ ପଟ୍ଟା ଫିଟିଙ୍ଗ କରାଯାଇଥିବା ବେଳେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଠେକରା ବାଡ, ପାର୍ଶ୍ଵ ଦେବଦେବୀ, ଓଲଟଶୁଆ ଲାଗିବ ।‌ ତେବେ ଆଜି ତିନିରଥ ଉପରକୁ କଳସ ଉଠିବା ପରେ ଭୋଇ ସେବକଙ୍କ ଦ୍ବାରା 8 ନମ୍ବର ହରିବୋଲ ପଡିଛି । ସେପଟେ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ୍ ହେବାକୁ ଥିବାରୁ ଆଜି ପୁରୀ ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ତଥା ଆଇଜି ଅନୁପ ସାହୁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

OLYMPICS
5m ago
ଏହି ଦଳର ନେତୃତ୍ୱ ନେବେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା
ଅର୍ଗସ ବ୍ୟୁରୋ: ପ୍ୟାରିସ୍ ଅଲମ୍ପିକ୍ସ ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ ୨୮ଜଣିଆ ଦଳ ଘୋଷଣା କରିଛି। ଏଥିରେ ୧୭ଜଣ ପୁରୁଷ ଓ ୧୧ଜଣ ମହିଳା ରହିଛନ୍ତି। ବିଶ୍ବକପ୍ ତଥା ଅଲିମ୍ପିକ୍ସ ବିଜେତ
INDIA
17m ago
ଶୁଭମନ ଗିଲଙ୍କ ନେତୃତ୍ବରେ ମୈଦାଇନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହେବ ଭାରତୀୟ ଟିମର ଜିମ୍ବାଓ୍ବେ ଟୁଅର୍। ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତରେ ଯାଇଛି। ଟି-୨୦ ବିଶ୍ବକପ
ASSEMBLY
46m ago
22 ରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ
ଅର୍ଗସ ବ୍ୟୁରୋ: ଆସନ୍ତା 22 ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଧନ୍ୟବାଦ ପ୍ରସ୍ତାବ। 23 ତାରିଖରେ ରହିଛ