ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା, ହାଇଟେକ୍ ନର୍ସରୀରେ CCF ଟିମର ତଦନ୍ତ
by Argus News
Mon, Sep 30 | 9:49 a.m.

ଅର୍ଗସ ବ୍ୟୁରୋ:  ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା। ଭବାନୀପାଟଣା ଜାରିଙ୍ଗ ହାଇଟେକ୍ ନର୍ସରୀରେ CCF ଟିମର ବିଭାଗୀୟ ତଦନ୍ତ ଜାରି। ସଞ୍ଜୟଙ୍କ ସୁସାଇଡ ନୋଟ୍ ଆଧାରରେ ତଦନ୍ତ କରୁଛି CCF ଟିମ୍। ସୁଇସାଇଡ ନୋଟରେ ପିସି କାରବାର ଓ ଚାରାରୋପଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ରାଜ୍ୟସରକାର ଘଟଣାର ବିଭାଗୀୟ ତଦନ୍ତ ପାଇଁ CCFଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦେଇଥିଲେ। କାଗଜପତ୍ର ଯାଞ୍ଚ କରିବା ସହ ଫିଲ୍ଡରେ କାମ ହୋଇଛି କି ନାହିଁ ସବୁର ଖୋଳତାଡ଼ ଚାଲିଛି। ସୁଇସାଇଡ ନୋଟରେ ଚାରା ରୋପଣରେ ପିସି କାରବାର ଅଭିଯୋଗ ଆଣି ମୃତ୍ୟୁ ପାଇଁ ଡିଏଫଓଙ୍କୁ ଦାୟୀ କରିଥିଲେ ଫରେଷ୍ଟର ।

ଜାରିଙ୍ଗ ନର୍ସରୀକୁ ଚଳିତବର୍ଷ ୨ଲକ୍ଷ ଲଲିପଟ ଚାରା ବ୍ୟୟବରାଦ ହୋଇଥିଲା। ଯାହାର ମୁଲ୍ୟ ୨୫ ଲକ୍ଷ ୨୦ ହଜାର ଟଙ୍କା। ଏ ବାବଦରେ ଆସିଥିବା ଅର୍ଥର ୭ଲକ୍ଷ କମିଶନ ପାଇଁ ଡିଏଫଓ ମାନସିକ ଚାପ ଦେଉଥିବା ଅଭିଯୋଗ ଆଣିଥିଲେ ସଞ୍ଜୟଙ୍କ ପରିବାର ଲୋକେ। ସେପଟେ ପୋଲିସର ନୋଟିସ ସତ୍ତ୍ବେ ହାଜର ହେଉ ନାହାନ୍ତି ଡିଏଫଓ ଦେବେନ୍ଦ୍ର ବେହେରା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସକାଳର
33m ago
ସକାଳର ଖବର ସଂକ୍ଷେପରେ....
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ନିର୍ଯାତନା ମାମଲା... ଗୁଜରାଟରେ କ୍ରାଇମବ୍ରାଞ୍ଚ ଟିମ୍... ଆଜି ହେବ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ସସପେଣ୍ଡ୍ ପୋଲି
ମୋହନ ସରକାର
ବିଜେପି ସରକାରଙ୍କ ନୂଆ ମଡେଲ୍,ମୋହନ ସରକାରରେ ସମସ୍ୟାର ସମାଧାନ ଅନ୍ ଦି ସ୍ପଟ୍
ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅନ୍ଦାଜ୍,ସମସ୍ୟା ସମାଧାନ ଅନ ଦି ସ୍ପଟ୍,ନୂଆ ସରକାର,ଶାସନର ତରିକା ବି ଭିନ୍ନ। ବିଜେଡି ଶାସନରେ ଦୀର୍ଘ ବର୍ଷଧରି ବନ୍ଦ କରି ଦିଆଯାଇଥିଲ
ଭରତପୁର ଥାନା
ଭରତପୁର ଥାନା ଘଟଣା; ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ
ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପ୍ରସଙ୍ଗ । ଆଜି ଠାରୁ ଆରମ୍ଭ ହେବ ବିଚାର ବିଭାଗ ତଦନ୍ତ । ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଭୁବନେଶ୍ବ