ସୁଭଦ୍ରା ଯୋଜନା ପାଇଁ ଆଜିଠୁ ହେବ ଫର୍ମ ଦାଖଲ
by Argus News
Wed, Sep 04 | 8:07 a.m.

ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଆଜିଠୁ ହେବ ଫର୍ମ ଦାଖଲ।  `ସୁଭଦ୍ରା'କୁ ନେଇ ସବୁଠି ଉତ୍ସାହ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୪ ତାରିଖ ଅର୍ଥାତ ଆଜି ସନ୍ଧ୍ୟା ପରଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିବ । ସେପଟେ ସୁଭଦ୍ରାକୁ ନେଇ ମହିଳାଙ୍କ ଭିତରେ ଉତ୍ସାହ । ବାଲେଶ୍ବର ବାଲିଆପାଳ ଉପ ଡାକଘରରେ ଚାଲିଛି ଆଧାର କାର୍ଡ କରେକ୍ସନ୍ ଏବଂ EKYC ସହିତ ଆଧାର କାର୍ଡ ସଂଶୋଧନ । 

ମୋବାଇଲ୍ ନମ୍ବରକୁ ସୋଂଯୋଗୀକରଣ କରିବାକୁ ପ୍ରବଳ ଭିଡ଼ ଲାଗିଛି । ରାଉରକେଲାରେ ବି ଯେପରି କେହି ବି ହିତାଧିକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ଯୋଜନାର ନିୟମାବଳୀ ଉପରେ ଅବଗତ କରିବା ସହ ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ଥାନୀୟ ମଧୁସୂଦନ ଭବନରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ