ବବିଙ୍କୁ ବୋଲ୍ଡ କରିଦେଲେ କୁଲେସିକା । କହିଲେ...ମୁହଁ ବନ୍ଦ କରିବାକୁ
by Argus News
Sun, Apr 14 | 5:51 p.m.

ବିଜେଡିରେ ରହିବାକୁ ହେଲେ ମୁହଁ ବନ୍ଦ କରିବା ସହ ଟଙ୍କା ନେବାକୁ ପଡ଼େ । ପ୍ରାର୍ଥୀ କିଏ ହେବ ସେନେଇ ଦଳୀୟ ନେତା ନୁହେଁ ବରଂ କିଛି ନେତା ଆଲୋଚନା କରନ୍ତି । ପର ଘର ତିଅଣ ଭାରି ସୁଆଦିଆ ପରି ଅନ୍ୟ ଦଳରୁ ନେତା ଆଣି ନିଜ ଦଳରେ ଭର୍ତ୍ତି କରୁ କରୁ ବିଜେଡି ସ୍ଥିତି ଏବେ ଏମିତି ଟଳମଳ ହେଲାଣି ଯେ ବୈତରଣୀରେ ଡଙ୍ଗା ବୁଡ଼ିବା ଏକ ପ୍ରକାର ଥୟ ବୋଲି ଲୋକେ କହିଲେଣି । 

ଟିକଟ ଆଶାରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା । ଏମିତିକି ସେ ଟିକଟ ପାଇବେ ବୋଲି ଆଶା ବି ରଖିଥିଲେ । ହେଲେ ଦଳ ଟିକଟ ଦେଲାନି । ବାସ୍‌ ଏହାପରେ କ୍ୟାମେରା ସାମ୍ନାରେ ବିଜେଡିର ସବୁ ସତକୁ ଏମିତି କହିଦେଇଥିଲେ କୁଲେସିକା । ସିଧାସିଧା କହିଥିଲେ, ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା । ମୋତେ କୋଟିଏ ଟଙ୍କା ସହ ଓଏସଡିସିର ଉପାଧ୍ୟକ୍ଷ ଆସନରେ ବସାଇବାକୁ ପ୍ରସ୍ତାବ ଦେଇଥିବାର ବି ଖୁଲାସା କରିଛନ୍ତି କୁଲେସିକା । ପ୍ରଶ୍ନ ଉଠୁଛି, ଯଦି ଟିକେଟ ଦେବାର ନଥିଲା ତାହେଲେ କୈଳାସଙ୍କୁ କାହିଁକି ବିଜେଡିରେ ସାମିଲ କରିଥିଲା ଦଳ ? ପ୍ରକୃତରେ କୈଳାସଙ୍କୁ ଦଳ ଭରସାକୁ ନେଲାନି ନା କାମ ସରିଗଲା ବୋଲି ଫୋପାଡି ଦେଲା ? 

ସବୁଠୁ ବଡ କଥା ହେଲା ୧୯ ନିର୍ବାଚନରେ ଦଳ ସେଠି ଜିତିଥିଲେ ବି କୈଳାସଙ୍କୁ ଦଳକୁ ନେଇଥିଲା । ଆଉ ଏହା ପଛର କାରଣ ଭାବେ ଲକ୍ଷ୍ମୀପୁର ମାଇନ୍ସ କାରବାର କଥା ଚର୍ଚ୍ଚାକୁ ଆସୁଛି । କାରଣ ଏହି ଖଣି ସଂସ୍ଥା ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଏବଂ ସାଧାରଣ ସଂପାଦକ ଈଶ୍ୱର ପାଣିଗ୍ରାହୀଙ୍କ ବ୍ୟାବସାୟିକ ସଂପର୍କ ରହିଛି । କଂଗ୍ରେସରେ ଥିବା ବେଳେ କୋଡ଼ିଙ୍ଗା ମାଳି ମାଇନ୍ସକୁ ଜୋରଦାର ବିରୋଧ କରୁଥିଲେ କୈଳାସ କୁଲେସିକା । ହୁଏତ ତାଙ୍କୁ ମ୍ୟାନେଜ କରିବାକୁ ବିଜେଡିରେ ସାମିଲ କରି ଟିକେଟ ଥୋପ ଦିଆଯାଇଥିଲା । ତେବେ ୨୪ ଟିକେଟ୍ କଟିବା ପଛରେ ବି ମାଇନ୍ସ ଲବି ଥିବା ଚର୍ଚ୍ଚା ହେଉଛି । 

ମୋଟ୍‌ ଉପରେ ବବିଙ୍କୁ ନେଇ ବବିଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । କାରଣ ଦଳରେ ସେ ଏବେ ଏତେ ବିବାଦୀୟ ହେଲେଣି ଯେ ଯାଜପୁରରୁ ଯାଇ ସମ୍ବଲପୁରେ ପ୍ରାର୍ଥୀ ହେଲେ । କିନ୍ତୁ ଏହା ପରେ ବି ଯେଉଁ ନେତାଙ୍କୁ ସେ ମିଛ ପ୍ରତିଶ୍ରୁତି ଦେଇଥିଲେ ସେମାନେ ଏବେ ପ୍ରତାରଣାର ଶିକାର ହୋଇ ବବିଙ୍କ ଅସଲ ଗୁମର ଖୋଲୁଛନ୍ତି । ତେବେ ପୂରା ଘଟଣାରେ ବିଜେଡି କିମ୍ବା ବବିଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ