ସଫା ହୋଇହୋଇ ଆସୁଛି ବିଜେଡି : ପଦ୍ମ ପୋଖରୀକୁ ଡେଇଁଲେ ସୁନନ୍ଦା
by Argus News
Thu, Nov 07 | 3:10 p.m.

ଅର୍ଗସ ବ୍ୟୁରୋ: ବିଜେଡିରେ ଏବେ ସ୍ଥିତି ଭାରି ଗଡବଡ଼ । କାରଣ ଜଣକ ପରେ ଜଣେ ନେତା ଛାଡୁଛନ୍ତି ଦଳ । ଦୁଇ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ବିଜେଡିର ଚିନ୍ତା ଡବଲ ହୋଇଥିଲା । ହେଲେ ଏବେ ପୁଣି ଥରେ ଆରମ୍ଭ ହୋଇଗଲା ଦଳ ଛାଡିବା ପର୍ବ । ଏହି ଭିତିରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଛାଡ଼ିଛନ୍ତି ଦଳ । ସେପଟେ ମନମୋହନଙ୍କ ବୟାନ ଚର୍ଚ୍ଚା ଆହୁରି ବଢାଇ ଦେଇଛି ।

ବିଜେଡି ଖାଲି ହୋଇଯିବ କି ? କିଛି ଏମିତି ସନ୍ଦେହ ଏବେ ବଢିବାରେ ଲାଗିଛି । କାରଣ ଜଣଙ୍କ ପରେ ଜଣେ ନେତା ଏବେ ବିଜେଡି ଛାଡୁଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ କ୍ୟାମ୍ପରେ ସାମିଲ ହୋଇଛନ୍ତି ସୁନନ୍ଦା ଦାସ ଓ ତାଙ୍କ ସ୍ଵାମୀ ଦେବେନ୍ଦ୍ର ଦାସ । ଗତ କିଛି ତଳେ ବିଜେଡି ନେତୃତ୍ଵ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ । ବିଜେଡିର କୋଟେରୀ ଗ୍ରୁପ୍ ସଂପର୍କରେ କରିଥିଲେ ମହାଖୁଲାସା । କହିଥିଲେ, ବିଜେଡିରେ ନବୀନ ପଟ୍ଟନାୟକ ନାଁକୁ ମାତ୍ର ନେତା, ହେଲେ ସବୁ କିଛି ପାଣ୍ଡିଆନଙ୍କ ହାତରେ । ଅନ୍ତଃକନ୍ଦଳକୁ ନେଇ ଅସମ୍ଭାଳ ବିଜେଡି ସ୍ଥିତି । ସେଇଥି ଲାଗି ତ ଦଳ ଛାଡିଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ବେହେରା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦଳ ପରିଚାଳନା ନେଇ ବଡ଼ ବିସ୍ଫୋରଣ କରିଛନ୍ତି ବିଜୟ । କହିଛନ୍ତି, ଅନଭିଜ୍ଞ ଲୋକଙ୍କ ଦ୍ଵାରା ପରିଚାଳିତ ହେଉଛି ବିଜେଡି । ବିଜେଡି ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଛି । ଅଭିଜ୍ଞ, ପୁରୁଣା ନେତାଙ୍କୁ ଦଳରେ ଅଣଦେଖା କରାଯାଇଛି । ଯାହା ଫଳରେ ୨୦୨୪ ନିର୍ବାଚନରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା ।

ଗୋଟିଏ ପଟେ ବିଜେଡିରୁ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି, ସେପଟେ ବିଜେପି ନେତାଙ୍କ ବୟାନ ସତ ହେବାକୁ ଯାଉଛି । କାରଣ ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ବିଜେଡି ଅବସ୍ଥା ଜଟିଳ । ଏବେ ପୁଣି ସମାନ କଥାକୁ ଦୋହରାଇଛନ୍ତି । କହିଛନ୍ତି, ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି । ସମସ୍ତଙ୍କ ସହିତ କଥାବାର୍ତ୍ତା ଚାଲିଛି । ସ୍ଥାନୀୟ ନେତାଙ୍କ ସହିତ ଆଲୋଚନା ପରେ ଦଳରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହେବ । ତାଙ୍କ ଭିତରେ ଜନ ପ୍ରତିନିଧି ମଧ୍ୟ ଅଛନ୍ତି । ଆଉ ସେପଟେ ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଜୋର ଧରିଛି ଚର୍ଚ୍ଚା । କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରେ ନିର୍ବାଚନ ଲଢିବା ନେଇ କିଛି ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ ଗୁଜବ ଓ ମିଥ୍ୟା ପ୍ରଚାର କରାଯାଉଛି ବୋଲି କହିଛନ୍ତି ନବୀନ । ତେବେ ଏହି ପୋଷ୍ଟ ମାଧ୍ୟମରେ କାହାକୁ ଇସାରା କରୁଛନ୍ତି ନବୀନ ? ତେବେ ଏସବୁ ଭିତରେ ବଡ ବୟାନ ଦେଇଛନ୍ତି ଯାଜପୁର ସାଂସଦ ରବି ବେହେରା । ଯାଜପୁରରୁ ଅୟମ ଆରମ୍ଭ , ସାରା ରାଜ୍ୟରେ ବିଜେଡି ଶୂନ ହୋଇଯିବ । 

ମୋଟ୍‌ ଉପରେ, ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା । କେତେବେଳେ କ୍ଷମତାକୁ ଫେରିବାକୁ ସେମାନେ କହୁଛନ୍ତି ତ ପୁଣି କେତେବେଳେ ସରକାରକୁ ମିଛୁଟାରେ ବଦନାମ କରୁଛନ୍ତି । କିନ୍ତୁ ଏହାରି ଭିତରେ କିନ୍ତୁ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ତେବେ ଆଗାମୀ ଦିନରେ ପୁଣି କେଉଁମାନେ ଦଳ ଛାଡ଼ିବେ ତାହା ଦେଖିବାକୁ ବାକି ରହିଲା ।
 

SURESH PUJARI
ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁ
ଯୋଗାଣ ବିଭାଗ
ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ
ଅର୍ଗସ ବ୍ୟୁରୋ: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମ୍ ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲେ ଯୋଗାଣ ବିଭାଗ । ବିଭାଗୀ
VILLAGER
ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତ
ସୁଭଦ୍ରା ଯୋଜନା
ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ
ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ଼ ସୂଚନା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପର
ଜେଲ୍
ଜେଲ୍ ଗଲେ ଲଲ
ଅର୍ଗସ ବ୍ୟୁରୋ: ବବିଙ୍କ ଭାଇ ଲଲ ଗିରଫ ପରେ ଜେଲ ଗଲେ । ଜେଲ ଗଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ୍ ଲଲ । SDJMଙ୍କ ହାଜର ପରେ ଜେଲ ଗଲେ । ଗିରଫ ପରେ SDJM ପାଖର