ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଦେହାନ୍ତ
by Argus News
Fri, Feb 23 | 8:20 a.m.

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା  ମନୋହର ଯୋଶୀଙ୍କ ଦେହାନ୍ତ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷରେ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ମନୋହର । ୨୧ ତାରିଖରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଆଜି ଭୋର୍ ୩ଟା ସମୟରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ଦ୍ବିପ୍ରହର ୨ଟାରେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ । ରାଜକୀୟ ସମ୍ମାନ ସହ ଦାଦର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । 

୧୯୯୫ ମସିହା ମାର୍ଚ୍ଚ ୧୪ ତାରିଖରୁ ୧୯୯୯ ମସିହା ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ। ପ୍ରାୟ ୫ ଦଶକ ଧରି ରାଜନୀତିରେ ସକ୍ରିୟ ଥିବା ମନୋହର ଯୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ମୁମ୍ବାଇ ନଗର ନିଗମର କାଉନସିଲର ରୂପେ କାର୍ଯ୍ୟ ଆରମ୍ଭ କରିଥିବା ମନୋହର ପରେ ବିଧାୟକ, ଲୋକସଭା ଓ ରାଜ୍ୟସଭା ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଏବଂ ପରେ ଏନଡିଏ ସରକାର ସମୟରେ ଲୋକସଭା ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । 

ଆହୁରି ପଢନ୍ତୁ ଭାରତ ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ