ସିଏମ୍‌ ଥିଲେ, ବିରୋଧୀ ଦଳ ନେତା ହେଲେ
by Argus News
Thu, Jun 20 | 7:37 p.m.

ଅର୍ଗସ ବ୍ୟୁରୋ: ବାଜିଲା ମୋହର, ନବୀନ ହେଲେ ବିରୋଧୀ ଦଳର ନେତା । ୫ କି ୧୦ ନୁହେଁ ବରଂ ୨୪ ବର୍ଷ ପରେ ବିରୋଧୀ ଦଳର ନେତା ହେଲେ ନବୀନ । କାରଣ ଯେବେଠୁ ନବୀନ ବିଧାନସଭା ଆସିଛନ୍ତି ସେବେଠୁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେଣୁ ଷଷ୍ଠଥର ବି ସେହି ଆସନରେ ନବୀନ ହିଁ ବର୍ଷିବେ ବୋଲି ଦଳୀୟକର୍ମୀ ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍‌ ଶାସକ ଦଳର ନେତା ଏବେ ବିରୋଧୀ ଆସନରେ ବସିଲେ । ଯାହା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସାଉଁଟିଛି । 

ବିଧାନସଭାରେ ବିଧାୟକମାନେ ଶପଥ ନେବା ପରେ ଗତକାଲି ଶଙ୍ଖ ଭବନରେ ବସିଥିଲା ଗୁରୁତ୍ଵପୂର୍ଣ୍ଣ ବୈଠକ । ବିରୋଧୀ ଦଳ ନେତା କିଏ ହେବ ସେନେଇ ଅନେକ ଆଲୋଚନା ବି ହୋଇଥିଲା । ଶେଷରେ ନବୀନ ହିଁ ବିରୋଧୀ ଦଳ ନେତା ହେବେ ବୋଲି ନିଷ୍ପତ୍ତି ହୋଇଥିଲା । ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯିବା ପରେ ଏନେଇ ନିଜେ ଘୋଷଣା କରିଥିଲେ ନବୀନ । 

ନବୀନ ବିରୋଧୀ ଦଳ ନେତା ହେବା ପରେ ବିରୋଧୀ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି । ସେହିପରି ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ସାମ୍ନାରେ ଅନେକ ଆହ୍ୱାନ ଆସି ପହଞ୍ଚିଛି । ପ୍ରଶ୍ନ ଉଠୁଛି, ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ । ଏଣୁ ଦଳ ଅନ୍ୟଜଣେ ଉପନେତାଙ୍କୁ ନିର୍ବାଚିତ କରିଥିବା ଆଲୋଚନା ହେଉଛି । 

ତେବେ ବିଧାନସଭାରେ ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ । ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ । କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ । ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ । ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’।

 

ପ୍ଲାଣ୍ଟରେ ବିସ୍ଫୋରଣ
19m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
34m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍