ବାଲିଗୁଡ଼ାରୁ ଅଯୋଧ୍ୟା ପର୍ଯ୍ୟନ୍ତ ସବୁଠି ପ୍ରଭୁ ଶ୍ରୀରାମଙ୍କ ଜୟ ଜୟ କାର
by Argus News
Tue, Jan 23 | 3:47 p.m.

ଅର୍ଗସ ବ୍ୟୁରୋ : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ଦୀର୍ଘ 500 ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଆନନ୍ଦ ଉଲ୍ଲାସରେ ଭରି ରହିଛି ପୁରାଦେଶ। ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଉଠୁଛି ଗଗନ,ପବନ । ବାଲିଗୁଡ଼ା ଠାରୁ ଆରମ୍ଭ କରି ଅଯୋଧ୍ୟା ନଗରୀ ପର୍ଯ୍ୟନ୍ତ ସବୁଠି ପ୍ରଭୁ ଶ୍ରୀରାମଙ୍କ ଜୟ ଜୟ କାର। ରାମମୟ ହୋଇଛି ପୁରା ଭାରତ ବର୍ଷ। ଏଥିରୁ କେମିତି ବାଦ୍ ପଡିଥାନ୍ତା ବାଲିଗୁଡ଼ା ସହର। ସକାଳୁ ହନୁମାନ ମନ୍ଦିରରେ ହୋମ ଯଜ୍ଞ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା। ତାପରେ ଏକ କଳସ ଯାତ୍ରା, ନାମ ସଙ୍କୀର୍ତ୍ତନ ସହ ବିରାଟ ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ରାମ ଭକ୍ତ ମାନେ ରାମ ଲାଲାଙ୍କ ପାଇଁ ବାଲିଗୁଡ଼ା ନଗର ପରିକ୍ରମା କରିଛନ୍ତି। 

ପ୍ରତ୍ୟେକ ନଗରବାସୀ ଖୁବ ଆନନ୍ଦ ଉତ୍ସାହର ସହିତ ଏଥିରେ ଅନ୍ତର୍ଭୂକ୍ତ ହୋଇଛନ୍ତି। ହୃଦୟରେ ପ୍ରଭୁ ରାମଲାଲା ବିରାଜମାନ କରିଛନ୍ତି। ବାଲିଗୁଡ଼ା ସଭା ଗୃହ ନିକଟରେ ଏକ ଜାଗା ଚିହ୍ନଟ କରି ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଏକ ଭୂମି ପୂଜନ କରାଯାଇଛି। ତେବେ ଅଯୋଧ୍ୟାରେ ପହଞ୍ଚି ନ ପାରିଲେ କଣ ହେଲା ନିଜ ନିଜ ସ୍ଥାନରେ ଲୋକମାନେ ଏହିଭଳିଭାବେ ପ୍ରଭୁ ରାମଙ୍କ ଦିନକୁ ପାଳନ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

ARREST
30m ago
ହୋର୍ଡିଂ କମ୍ପାନୀର ମାଲିକ ରିରଫ
ଅର୍ଗସ ବ୍ୟୁରୋ: ସୋମବାର ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା। ଏଠୀରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ହୋର୍ଡିଂ ଖସି ପଡିଥିଲା । ଧୂଳିଝଡ ପାଇଁ ହୋର୍ଡିଂ ତଳ
HEMA MALINI
30m ago
ରାଜଧାନୀରେ ଡ୍ରିମଗାର୍ଲ, ବିଜେପିର ଷ୍ଟାରକ୍ୟାମ୍ପନର ହେମାମାଳିନୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡ ଡ୍ରିମଗାର୍ଲ ହେମାମାଳିନୀ। ଭୁବନେଶ୍ୱର ସାଲିଆ ସାହିରେ ପ୍ରଚାର କାର୍ଯ୍ୟକ୍ରମର ରହିଛି।ବିଜେପିର ଷ୍ଟାରକ୍ୟାମ୍ପନ
EMPLOYEES
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ