ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଛି ଶବର ସାହିର ରୂପରେଖ
by Argus News
Mon, Sep 16 | 9:08 p.m.

ଭୁବନେଶ୍ୱର: ଯେଉଁଠି ଦିନେ ସଚିବ କି କମିଶନରଙ୍କ ପାଦ ପଡ଼ିନଥିଲା ସେଠି ପଡ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ । ଭୁବନେଶ୍ୱରର ଗାଡକଣ ସ୍ଥିତ ଶବର ସାହି । ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ଶବର ସାହିର ରୂପରେଖ ବଦଳିଛି । ଛଣ ଛପର ଘର ଆଜି କୋଠାରେ ପରିଣତ ହୋଇଛି । କେଉଁଠି ଛୋଟି ପଡୁଛି ...ତ କେଉଁଠି ସାଜସଜାରେ ଲାଗିଛନ୍ତି ଲୋକେ । ଆଉ ମୋଦିଙ୍କ ଆଗମନ ପାଇଁ ସାହି ବାସିନ୍ଦାଙ୍କ ମନରେ ପ୍ରବଳ ଉତ୍ସାହ ଭରିଯାଇଛି । କେମିତି ମୋଦିଙ୍କୁ ଭେଟିବେ, କଥା ହେବେ ସେ ନେଇ ଶବର ସାହିବାସୀଙ୍କୁ ରାତିରେ ନିଦ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ଘର ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଠାକାର ଲୋକେ ।

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧.୦୫ ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଆସିବେ ଗାଡକଣ ସ୍ଥିତ ଶବର ସାହିକୁ । ପିଏମ ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଗୃହ ଉଦଘାଟନ କରିବା ସହ ପାଖାପାଖି 30 ମିନିଟ୍ ଧରି ୨୦ ଜଣ ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଗାଡକଣ ଶବର ସାହିର ୧୨୦ ଜଣ ପରିବାର ମଧ୍ୟରୁ ପିଏମ ଆବାସ ହିତାଧିକାରୀ ଭାବରେ ୩୬ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ରଖି ଗାଡକଣ ଶବର ସାହିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏବଂ ଶେଷ ହୋଇଛି କାରକେଡ୍ ରିହରସେଲ୍ । ଏ ସବୁ କାର୍ଯ୍ୟର ତଦାରଖ କରୁଛନ୍ତି ଗୃହ ନିର୍ମାଣ ଓ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ  ଉଷା ପାଢ଼ୀ ଓ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ । ତେବେ ଏନେଇ ବିମସି କମିଶନର କଣ କହୁଛନ୍ତି ଶୁଣନ୍ତୁ... 

ଜନ୍ମ ଦିନରେ ଓଡ଼ିଶାର ମହିଳାମାନଙ୍କୁ ବଡ଼ ଉପହାର ଦେବା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ