ଦିଲ୍ଲୀରେ ଓଡ଼ିଆ ପୂଜା ପଦ୍ଧତିରେ ପୂଜା ପାଇଲେ ଗଜାନନ
by Argus News
Sat, Sep 07 | 9:20 p.m.

ନୂଆଦିଲ୍ଲୀ:  ରାଜଧାନୀ  ଦିଲ୍ଲୀରେ ରେ ପାରମ୍ପାରିକ ଓଡ଼ିଆ ପୂଜା ପଦ୍ଧତି ରେ ପାଳିତ ହୋଇଛି ଗଣେଶ ପୂଜା ।  ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ (DOSA) ପକ୍ଷରୁ ରାଜଧାନୀରେ ଓଡିଆ ସମ୍ପ୍ରଦାୟକୁ ଏକାଠି କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗାନ୍ଧୀ ଭବନରେ ପାରମ୍ପାରିକ ଓଡ଼ିଆ ଶୈଳୀରେ ଗଣେଶ ପୂଜା ଉତ୍ସବ ଆୟୋଜନ  ହୋଇଥିଲା।  ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବା ସହ ଛାତ୍ର - ଛାତ୍ରୀ ଙ୍କୁ ଆଶିଷ ପ୍ରଦାନ କରିଥିଲେ।

ଅଧ୍ୟାପିକା ବିଜୟଲକ୍ଷ୍ମୀ ନନ୍ଦ, ପ୍ରଧାନ acharyaa, ମିରାଣ୍ଡା ହାଉସ କଲେଜ, ମାଳତୀ ଟୁଡୁଙ୍କ ସମେତ ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ଅନୁଗ୍ରହ ପ୍ରଦାନ କରିଥିଲେ।  ଏଥିସହିତ ବିଭିନ୍ନ  ସାଂସ୍କୃତି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।   ଆମ ଓଡ଼ିଆ ଯେଉଁଆଡେ ରହିଲେ ମଧ୍ୟ ତାଙ୍କ ସଂସ୍କୃତିକୁ ପାଳନ କରିବାରେ କେବେ ଭୁଲି ନଥାନ୍ତି କି ପଛଘୁଞ୍ଚା ଦେଇନଥାନ୍ତି।  ବିଦେଶରେ ଓଡ଼ିଆ ପରିଚୟ ଦେଇ ଏବଂ ଓଡିଆ ପୂଜା, ପର୍ବ , ପର୍ବାଣୀ ପାଳନ କରି  ନିଜକୁ ଧନ୍ୟ ମନେ କରିଥାନ୍ତି। 

ଅଧିକ ପଢନ୍ତୁ ଭାରତ  ଖବର 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ