ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ
by Argus News
Wed, Feb 07 | 1:04 p.m.

ଅର୍ଗସ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ଉଦ୍ୟମ । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ପାତ୍ର ସାହିରେ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଶ୍ରୀଧର ରାଉତ ସହ ସେହି ସାହିର ବନ୍ଧନ ଘଡାଇ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା । ତେବେ ମଙ୍ଗଳବାର ସନ୍ଧ୍ୟା ସମୟରେ ବନ୍ଧନ ନିଜର କିଛି ସାଙ୍ଗ ମାନଙ୍କ ସହ ବନ୍ଧୁକ ଓ ଛୁରୀ ଧରି ପ୍ରଥମେ ଶ୍ରୀଧର କାମ କରୁଥିବା ଦୋକାନ କୁ ଯାଇ ଝଗଡା କରି ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରେ ଶ୍ରୀଧର ଘରେ ପଶି ପରିବାର ସଦସ୍ୟ ଓ ସାହିର ଲୋକମାନଙ୍କୁ ମାରପିଟ୍ କରିଥିଲେ । ଯାହାକୁ ନେଇ ଉତ୍ୟକ୍ତ ସାହି ଲୋକ ବନ୍ଧନର ସହଯୋଗୀକୁ ମାଡ଼ ମାରିବା ସହ ଦୁଇ ଜଣଙ୍କୁ କାବୁ କରିଥିଲେ । ଉଭୟଙ୍କୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି
11m ago
ଏଥର ନିର୍ବାଚନରେ ଇତିହାସ ରଚିବ ଓଡିଶା - ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ : କନ୍ଧମାଳ ଯିବା ପୂର୍ବରୁ ପୁଣି ଟ୍ବିଟ କଲେ ପ୍ରଧାନମନ୍ତ୍ରୀ । ଗତକାଲିର ମେଗୋ ରୋଡ୍ ସୋ ର ଭିଡିଓ ପୋଷ୍ଟ କରି ମୋଦି ଲେଖିଛନ୍ତି , ଚଳିତ ଥର ନିର୍ବାଚନରେ ଇତିହାସ ରଚିବ ଓଡିଶ
ପ୍ରଧାନମନ୍ତ୍ରୀ ମୋଦି
53m ago
ଫୁଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କନ୍ଧମାଳ : ଫଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । MI-17 ହେଲିକାପ୍ଟର ଯୋଗେ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା । ଆଉ କିଛି ସମୟ ମଧ୍ୟରେ ବିଜୟ ସଂକଳ୍ପ ସମାବେଶର
ବର୍ଷା
୨୪ ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆଗାମୀ 4 ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। 24 ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା ରହିଛି । ୩୭ ଡିଗ୍ରୀ ଭିତରେ ରହିପାରେ ଭୁବନେଶ୍ବର