ଛେରା ପହଁରା ନୀତି ସମ୍ପର୍ଣ୍ଣ କରିବାକୁ ଆସିଲେ ମହାରାଜା
by Argus News
Sat, Jun 22 | 2:49 p.m.

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ। ଭାବରେ ଭିଜୁଛି ବଡଦାଣ୍ଡ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଭକ୍ତ ଆଗରେ ଗାଧୋଇଛନ୍ତି ଶ୍ରୀଜୀଉ । ଚର୍ମଚକ୍ଷରୁ ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ବର୍ଷାରେ ଭିଜି ଭିଜି ବ୍ରହ୍ମାଣ୍ଡ ଠାକୁରଙ୍କ ଦିବ୍ୟ ସ୍ନାନ ଦେଖିଛନ୍ତି ଶ୍ରଦ୍ଧାଳୁ । ଛେରା ପହଁରା ପାଇଁ ପହଞ୍ଚିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜା । ସ୍ନାନଯାତ୍ରାର ଅନନ୍ୟ ପରମ୍ପରା ହେଉଛି ପୁରୀ ଗଜପତିଙ୍କ ଛେରାପହଁରା। ଆଜି ଏହି ନୀତି ସମାପନ କରିବାକୁ ରାଜନଅରରୁ ଆସିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାମଯାନରେ ବସି ଗଜପତି ରଥପାଖକୁ ଆସିଥିଲେ। ବର୍ତ୍ତମାନ ଏହି ଛେରାପହଁରା ନୀତି ଆରମ୍ଭ ହୋଇଛି।

ଭୋର ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ସ୍ନାବେଦିରେ ବିରାଜିଲେ ବଡ଼ଠାକୁର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସି ରତ୍ନବେଦିରେ ବିରାଜିଛନ୍ତି ମହାପ୍ରଭୁ ଜଗନ୍ନାଥ । ଶେଷରେ ରତ୍ନବେଦି ଚାଡ଼ି ସ୍ନାନବେଦିରେ ବିରାଜିଛନ୍ତି ଦେବୀ ସୁଭଦ୍ରା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା