ଖସିଲା ଅତଡ଼ା, ଠପ୍ ଯାତାୟାତ
by Argus News
Thu, Mar 21 | 7:42 a.m.

ଅର୍ଗସ ବ୍ୟୁରୋ : ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ପୁଣି ଖସିଲା ଅତଡ଼ା ।  ଏଥିଯୋଗୁଁ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ  ଠପ୍ । କାଳବୈଶାଖୀ ପ୍ରଭାବରେ ତୁହାକୁ ତୁହା ବର୍ଷାରେ କଇଁପୁର ଠାରୁ ବଡ ପାଚଡିଆ ରାସ୍ତାରେ ଅତଡ଼ା ଧସିଛି । ଏଥିଯୋଗୁଁ ୨୨ ଟି ଗାଁକୁ ଯାତାୟାତ ବନ୍ଦ ହୋଇଛି । ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଯୀ ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛନ୍ତି । 

ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଅତଡା ଖସୁଛି । କୈାଣସି ବଡ଼ ଦୁର୍ଘଟଣା ହେଲେ ଜିଲ୍ଲାପ୍ରଶାସନ ଦାୟୀ ରହିବେ ବୋଲି ସେ ଚେତା ଓ ରାଜ୍ୟ ସରକାର ହିଁ ଦାୟୀ ଦାଇ ରହିବେ ବୋଲି ସେ କହିଛନ୍ତି । ନୂତନ ଭାବେ ନିର୍ମାଣ ହେଉଥିବା ରାସ୍ତାରେ ଅତଡ଼ା ଖସି ଯାତାୟାତ ଠପ୍ ହୋଇ ପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଗଜପତି ଜିଲ୍ଲା ରାୟଗଡା ବ୍ଳକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ତିତିଲି ମହାବାତ୍ୟା ସମୟରେ ଅତଡ଼ା ଖସି ଅନେକ ଧନ ଜୀବନ ନଷ୍ଟ ହେବାସହ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା ଟିକିଏ ବର୍ଷା ହେଉ କିମ୍ବା ବାତ୍ୟା ଆସିଲେ ସମସ୍ତେଙ୍କ ନଜର ରହିଥାଏ । 

ପ୍ରଧାନମନ୍ତ୍ରୀ ମୋଦି
4m ago
ଭୁବନେଶ୍ବରରୁ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି
କନ୍ଧମାଳ : ଭୁବନେଶ୍ବରରୁ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି । MI-17 ହେଲିକାପ୍ଟର ଯୋଗେ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା । ୧୦ଟା ୩୦ରେ ବିଜୟ ସଂକଳ୍ପ ସମାବେଶର
ବର୍ଷା
୨୪ ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆଗାମୀ 4 ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। 24 ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା ରହିଛି । ୩୭ ଡିଗ୍ରୀ ଭିତରେ ରହିପାରେ ଭୁବନେଶ୍ବର
ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ