ଇସ୍କନ ରଥଯାତ୍ରା ଗଜପତିଙ୍କ ବାରଣ : ପରମ୍ପରା ବ୍ୟତିକ୍ରମ ନକରିବାକୁ ଗଜପତିଙ୍କ ଅପିଲ୍‌
by Argus News
Wed, Oct 30 | 5:51 p.m.

ଅର୍ଗସ ବ୍ୟୁରୋ: ପୁଣି ପରମ୍ପରା ଭାଙ୍ଗିଲା ଇସ୍କନ । ଅଦିନିଆ ରଥଯାତ୍ରା କରି ବିବାଦକୁ ସତେ ଯେମିତି ଆମନ୍ତ୍ରଣ କରିଛି ଇସ୍କନ । ସେଇଥି ଲାଗି ତ ପୁରା ଓଡ଼ିଶାରେ ଏହାକୁ ନେଇ ଦେଖାଗଲାଣି ଅସନ୍ତୋଷ । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜା ମଧ୍ୟ ଅସନ୍ତୋଷ ଜାହିର କରିବା ସହିତ ଇସ୍କନ ଏମିତି କରିବାକୁ ପରାମର୍ଶ ଦେଇଛନ୍ତି ।

ଅଦିନିଆ ରଥଯାତ୍ରାକୁ ଗଜପତିଙ୍କ ବାରଣ । ଇସ୍କନକୁ ଚିଠି ଲେଖି ଅଦିନିଆ ରଥଯାତ୍ରା ନ କରିବାକୁ କହିଲେ ଗଜପତି । ସୂଚନା ଅନୁସାରେ, ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ହୋଇଛି ଅଦିନିଆ ରଥଯାତ୍ରା ଆୟୋଜନ । ଇସ୍କନର ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଗଜପତି ଚିଠି ଲେଖିଛନ୍ତି । କହିଛନ୍ତି,  ଅଦିନିଆ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି । ଶ୍ରୀଜିଉଙ୍କ ରଥଯାତ୍ରାକୁ ନେଇ ସ୍ବତନ୍ତ୍ର ବିଧି ପରମ୍ପରା ରହିଥିବା ବେଳେ, ଇସ୍କନ କିନ୍ତୁ ଏହାର ବାରମ୍ବାର ବ୍ୟତିକ୍ରମ କରୁଛି । ହ୍ୟୁଷ୍ଟନ ସହରରେ ଆଗାମୀ ନଭେମ୍ବର ୩ରେ ସ୍ନାନଯାତ୍ରା ଏବଂ ୯ରେ ରଥଯାତ୍ରା ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି । ଯାହାକୁ ବିରୋଧ କରିଛନ୍ତି ଜଗନ୍ନାଥ ପ୍ରେମୀ ।

ପୂର୍ବରୁ ୨୦୦୮ରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇ ଏକ ପ୍ରସ୍ତାବକ ପ୍ରସ୍ତୁତ ହୋଇଥିଲା ଏବଂ ଇସ୍କନ ବ୍ୟୁରୋକୁ ନିଜେ ଚିଠି କରିଥିଲେ ଗଜପତି ଦିବ୍ୟ ସିଂହଦେବ । ଇସ୍କନ ଏହାର ବ୍ୟତିକ୍ରମ କରିବାରୁ ୨୦୧୯ରେ ପୁଣି ଥରେ ଚିଠି କରାଯାଇଥିଲା। ୨୦୨୧ରେ ଇସ୍କନ ବ୍ୟୁରୋ ପକ୍ଷରୁ ଗଜପତିଙ୍କୁ ଚିଠି କରି ଭାରତରେ ଏଭଳି ଆଉ ବ୍ୟତିକ୍ରମ ହେବ ନାହିଁ ବୋଲି ଜଣାଇ ଦିଆଯାଇଥିଲା । କିନ୍ତୁ ପୁଣି ଥରେ ଅଦିନରେ ଇସ୍କନ ପକ୍ଷରୁ ଏଭଳି ରଥଯାତ୍ରା ଆୟୋଜନ ହେଉଥିବାରୁ ଗଜପତି ନିଜେ ଚିଠି ଲେଖି ଏପରି ନକରିବାକୁ ବାରଣ କରିଛନ୍ତି । ସେପଟେ, ଆମେରିକାରେ ଓଡ଼ିଆ ସମାଜ ମଧ୍ୟ ଇସ୍କନ ଅଦିନ ରଥଯାତ୍ରାକୁ  ବିରୋଧ କରୁଛନ୍ତି । 

ଆମେରିକାର ହ୍ୟୁଷ୍ଟନରେ ଥିବା ଓଡ଼ିଶା କଲଚର ସେଣ୍ଟରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦେବାନନ୍ଦ ପତି ଇସ୍କନ ସଂଗଠନକୁ ଏ ନେଇ ଚିଠି ଲେଖିଛନ୍ତି । ଅସମୟରେ ଜଗନ୍ନାଥ ରଥଯାତ୍ରା ଆୟୋଜନ ନକରିବାକୁ ଅନୁରୋଧ କରି ଚିଠି ଲେଖିବାର ୭ ଦିନ ପରେ ବି ଇସ୍କନ ପକ୍ଷରୁ ଏ ନେଇ କୌଣସି ଉତ୍ତର ଆସିନାହିଁ । ଦେବାନନ୍ଦ ଚିଠିରେ ଉଲ୍ଲେଖ କରିଥିଲେ ଯେ ଶ୍ରୀଜଗନ୍ନାଥ ରଥଯାତ୍ରା ପରମ୍ପରାଗତ ରୀତିରେ ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହୋଇଆସୁଛି । ଅସମୟରେ ରଥଯାତ୍ରା ଅନୁଷ୍ଠିତ ହେଲେ ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିପାରେ ।

ଇଏ ଥରେ କି ଦୁଇଥର ନୁହେଁ ବାରମ୍ବାର ଏମିତି ଭାବରେ ଇସ୍କନ ପକ୍ଷରୁ ରଥଯାତ୍ରାର ଆୟୋଜନ ହେଉଛି ଯାହାକୁ ନେଇ ପ୍ରତିବାଦ ବି ହେଉଛି । ହେଲେ ଖୋଦ ଗଜପତି ମହାରାଜା ଏନେଇ ପ୍ରତିକ୍ରିୟା ରଖିବା ପରେ ଚର୍ଚ୍ଚା ବଢିଛି ।
 

କାଳୀପୂଜା
23m ago
କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ
ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେ
ଡେପ୍‌ସାଙ୍ଗ
23m ago
ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ
ଅର୍ଗସ ବ୍ୟୁରୋ: ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4
DIWALI 2024
30m ago
ଦୀପାବଳି; ରଙ୍ଗୀନ ଆଲୋକରେ ଝଲସୁଛି ପୁରା ଦେଶ
ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତ