ଚୌଦ୍ୱାରରେ ଲଜ୍ଜା, ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ
by Argus News
Tue, Oct 08 | 1:16 p.m.

କଟକ:  ଚୌଦ୍ଵାର ଥାନା କଜଳକଣାରେ ଥିବା ଶିଳ୍ପାଞ୍ଚଳରେ ଏକ ଘସି କାରଖାନାରେ ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ କାମ କରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ତିନିଜଣ କର୍ମଚାରୀ ସେହି କମ୍ପାନି ଭିତରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଚୌଦ୍ବାର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ତିନି କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ କରିବା ସହିତ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ  କାରଖାନାରେ ଯାଜପୁର ଜିଲ୍ଲାର ଜଣେ ୧୩ ବର୍ଷୀୟା ଆଦିବାସୀ ନାବାଳିକା ଶ୍ରମିକ ଭାବେ ଗଲା କିଛି ମାସ ହେବ କାମ କରୁଥିଲେ । କମ୍ପାନୀ ପରିସରରେ ସେହି କମ୍ପାନୀର ତିନି ଜଣ କର୍ମଚାରୀ ଏହି ଆଦିବାସୀ ନାବାଳିକାଙ୍କୁ ସେଠାରେ ଗଣଦୁଷ୍କର୍ମ କରିଥିଲେ  ।  ପୀଡିତାଙ୍କ ବୟାନ ରେକର୍ଡ ପରେ ପୋଲିସ ତାକୁ ବସୁନ୍ଧରାରେ ଛାଡିଛନ୍ତି । କାରଖାନା ମାଲିକ ଫେରାର ଥିବାବେଳେ ପୋଲିସ ତାକୁ ଖୋଜୁଥିବା ଜଣାପଡିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

ଗ୍ରାଚୁଇଟି ସୀମା
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍