ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଏସଟିଏଫ୍
by Argus News
Thu, Nov 07 | 9:50 a.m.

ଦେବଗଡ: ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ  ଦେବଗଡ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗ୍ରାମ ନିକଟ ଏକ ଷ୍ଟକ ୟାର୍ଡ ଉପରେ ମାଡି ବସିଲା ଏସଟିଏଫ । ୧ ଟନ୍ ୧ କ୍ୱିଣ୍ଟାଲ୍ ୩ କେଜି ୯୯୦ ଗ୍ରାମ ଗଞ୍ଜେଇ ସମେତ ଏକ ହାଇୱା, ଏକ ଟ୍ରକ ଏବଂ ଏକ ପିକଅପ୍ ଭ୍ୟାନ ଜବତ କରାଯାଇଛି । ଏହି ଘଟଣାରେ ଜଣେ ପେଶାଦାର ଗଞ୍ଜେଇ ବେପାରୀ ସହିତ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ୪ ଜଣ ଯୁବକ ସମ୍ବଲପୁର ଜିଲ୍ଲା ରେଡାଖୋଳ ଥାନା ବିଶ୍ୱନାଥପୁର ଗ୍ରାମର ଆଶିଷ କୁମାର ବାରିକ, ବରଗଡ ପୌରାଂଚଳ ୧ ନମ୍ବର ୱାର୍ଡର ସୁବାସ ଶିକଦାର, ଅନୁଗୁଳ ଜିଲ୍ଲା ହଣ୍ଡପା ଗ୍ରାମର ରତନ କିଶୋର ସାହୁ ଓ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ତେଲିବଣି ଗ୍ରାମର ସମିତ ନାୟକ ବୋଲି ଜଣାପଡିଛି । 

ରିଆମାଳ ଥାନା କଂସର ପୋଲିସ ଫାଣ୍ଡି ଅନ୍ତର୍ଗତ ବଞ୍ଜାରୀ ଗ୍ରାମରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଗଚ୍ଛିତ ଥିବା ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଏସଟିଏଫର ଏକ ଟିମ ମଙ୍ଗଳବାର ବିଳମ୍ବିତ ରାତି ଚଢଉ କରିଥିଲା । ଚଢଉ ସମୟରେ ସେଠାରେ ଥିବା ଅଖା ବସ୍ତା ବୋଝେଇ ଏକ ଟ୍ରକ ଭିତରୁ ୮୭ ବସ୍ତା ବେଆଇନ ଗଞ୍ଜେଇ ଠାବ କରାଯାଇଥିଲା । ଏହାକୁ ଜବତ କରିବା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଟ୍ରକ, ଏକ ହାଇୱା ଓ ଏକ ପିକଅପ ଭ୍ୟାନ ଜବତ କରିଥିଲା । 

ମାଜିଷ୍ଟ୍ରେଟ ରାଜିବ ଲୋଚନ ନାୟକଙ୍କ  ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରିବାରୁ ଏହାର ପରିମାଣ ୧ ଟନ ୧ କ୍ୱିଂଟାଲ ୩ କେଜି ୯୯୦ ଗ୍ରାମ ବୋଲି ଜଣାପଡିଥିଲା । ଜାହାର ବଜାର ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ବୋଲି ଜଣାପଡିଛି ।  ତେବେ ଗିରଫ ହୋଇଥିବା ଆସିଷ ଜଣେ ପେଷାଦାର ଗଞ୍ଜେଇ ବେପାରୀ ହୋଇଥିବା ବେଳେ ୨୦୨୧ ମସିହାରେ ପ୍ରାୟ ୨ ଟନ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏସଟିଏଫ୍ ଦ୍ୱାରା ଗିରଫ ହୋଇଥଲା । ଏହି ଘଟଣାର ମଧ୍ୟ ସେ ମାଷ୍ଟର ମାଇଣ୍ଡ ବୋଲି ଏସଟିଏଫ ସୂଚନା ଦେଇଛି ।
 

ବିଧାୟକଙ୍କ
ବିଧାୟକଙ୍କ PSO ଦେଇଥିବା ମାମଲା ନେଲା କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଘାଣ୍ଟିବ କ୍ରାଇମ୍‌ବ୍ରାଞ୍ଚ ।କ୍ରାଇମବ୍ରାଞ୍ଚକୁ ତଦନ୍
ଜାମିନ୍
ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?
କିଏ କହୁଛି ସତ। ଭବ ପ୍ରକାଶ ଦାସ ଓରଫ ଲଲ ଦାସଙ୍କ ଓକିଲ ପୂର୍ଣ୍ଣ ଚନ୍ଦ୍ର ଦେଓ । ନା ବିଧାୟକ ହିମାଂଶୁ ସାହୁଙ୍କ ଓକିଲ ରଘୁନାଥ ଦାସ। ଶନିବାର ବିରଜା ହାଟରେ ବ୍ୟବସାୟୀଙ୍କୁ ଧମକ ଦେବା ଓ ମାଡ
ରାଜ୍ୟ ସରକାର
ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: କୂଳପତି ଓ ପ୍ରଫେସର ଚୟନ କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ବାୟତତ୍ତା ଫେରାଇବା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ନେଇଛି ବଡ଼ ନିଷ୍ପତ୍ତି। ଓଡ଼ିଶ
‘ସୁଭଦ୍ରା’ ଟଙ୍କା
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକ
ପ୍ରଧାନମନ୍ତ୍ରୀ
୨୦୩୬ ବେଳକୁ ଓଡ଼ିଶାକୁ ଦେଶର ସଶକ୍ତ ଓ ସମୃଦ୍ଧ ରାଜ୍ୟ କରିବାକୁ ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭବ୍