ପୁଣି ରକ୍ତରଂଜିତ ହେଲା ଗଞ୍ଜାମ
by Argus News
Fri, Jan 19 | 9:50 p.m.

ଅର୍ଗସ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ କାଜୁ ଜଙ୍ଗଲ ସୀମା ନିର୍ଧାରଣକୁ କେନ୍ଦ୍ର କରି ଦାଦା ଓ ଭାଉଜକୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା । ମୃତକମାନେ ହେଲେ ଦାଦା ଶିବ ଡାକୁଆ ଓ ଭାଉଜ ଜୟନ୍ତୀ ଡାକୁଆ ବୋଲି ପୋଲିସ କହିଛି । ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅଭିଯୁକ୍ତ ପୁତୁରା ତଥା ଦିଅର ଡାକ୍ତର ଡାକୁଆକୁ ପୋଲିସ କାବୁ କରି ନେଇଛି । ତା’ ନିକଟରୁ ଏକ ଖଣ୍ଡା ଜବତ ହୋଇଛି । ଜମିଜମା ବିବାବକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ।

ଖଲ୍ଲିକୋଟ ଥାନା ଡିମିରିଆ ପଞ୍ଚାୟତ ପାଳଧୁଆପଲ୍ଲୀ ଗ୍ରାମ ବଡ଼ସାହିର ଶିବଙ୍କ ସହିତ ପୁରୁତା ଡାକ୍ତରଙ୍କ ବିବାଦ ଲାଗି ରହିଥିଲା । କାଜୁ ଜମିକୁ ନେଇ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା । ଏପରିକି ଡାକ୍ତର ଘରେ ଗଣ୍ଡଗୋଳ କରିବା ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଫଳରେ ପତ୍ନୀ କିଛିଦିନ ହେଲା ତାଙ୍କର ବାପା ଘରକୁ ଚାଲି ଯାଇଛନ୍ତି । ଆଜି ଅପରାହ୍‌ଣରେ ଦାଦା ଶିବ କାଜୁ ଜଙ୍ଗଲକୁ ଯାଇଥିଲେ । କିଛି ସମୟରେ ପୁତୁରା ଡାକ୍ତର ମଧ୍ୟ ସେଠାକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସେଠାରୁ ଶିବ ଫେରୁଥିବା ବେଳେ ସାକିରି ଗ୍ରାମ ନିକଟସ୍ଥ ଦୁର୍ଗା ମନ୍ଦିରରେ ପୂର୍ବରୁ ଛକି ରହିଥିବା ପୁତୁରା ଡାକ୍ତର ତାଙ୍କୁ ଖଣ୍ଡାରେ ହାଣି ଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ବଶୁର ସଂଧ୍ୟା ୫ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବୋହୂ ଜୟନ୍ତୀ ତାଙ୍କୁ ଖୋଜିବାକୁ ଯାଇଥିଲେ । ସେ ଦୁର୍ଗା ମନ୍ଦିର ନିକଟରେ ଶ୍ବଶୁରଙ୍କୁ ରକ୍ତାକ୍ତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ସେଠାରେ ଥିବା ଡାକ୍ତର ତାଙ୍କୁ ମଧ୍ୟ ଖଣ୍ଡାରେ ହାଣିଥିଲା । ଏହା ଦେଖି ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ଜୟନ୍ତୀ ମଧ୍ୟ ମୃତ୍ୟୁବରଣ କରିଥିଲେ । ଡାକ୍ତର ଖଣ୍ଡା ଧରି ଘଟଣାସ୍ଥଳରେ ଏଣେତେଣେ ବୁଲାବୁଲି କରୁଥିବା ବେଳେ ପୋଲିସ ବଡ଼ କଷ୍ଟରେ ତାକୁ କାବୁ କରିଥିଲା । ପୁଲିସ ଡାକ୍ତରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।
 

୭୭ତମ
୭୭ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଜଲଓ୍ବା
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍
VK PANDIAN
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !
ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି'
BJD
ଭୋଟ୍‌ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !
ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋ