ନାହିଁ ନାହିଁରେ ଜୀବନ ବଞ୍ଚୁଛନ୍ତି ଘୁନଘୁଟି ଗ୍ରାମବାସୀ
by Argus News
Mon, Feb 19 | 6:35 p.m.

ଅର୍ଗସ ବ୍ୟୁରୋ: ଜଙ୍ଗଲ ପାହାଡ ରାସ୍ତା ଅତିକ୍ରମ କରି ପାରୁନି ବିକାଶ। ଆଜିବି ମୈଳିକ ସୁବିଧା ଅପେକ୍ଷାରେ ଦୁର୍ଗମବାସୀ। ଏ ହେଉଛି କଳାହାଣ୍ଡି ରାମପୁର ବ୍ଲକ୍ ବାରବନ୍ଧା ପଞ୍ଚାୟତର ଘୁନଘୁଟି ଗାଁ। ପାହାଡ଼, ଜଙ୍ଗଲରେ ଭରା ଏହି  ଗାଁ ରେ ବସବାସ କରନ୍ତି ୩୦ ରୁ ଉର୍ଦ୍ଧ ପରିବାର।  କିନ୍ତୁ ଉପାନ୍ତର ଏ ଅଂଚଳ ଉପରେ ଆଜି ଯାଏଁ ପଡିନି ସରକାରଙ୍କ ବିକାଶର ଛିଟା। ଗମନା ଗମନ ପାଇଁ ଆଜି ବି ରାସ୍ତା ଖଣ୍ଡେ ନାହିଁ । ଗାଁକୁ ଗଲା ବାଟରେ ରହିଛି ଦୁଇଟି ନାଳ, ଯାହାର ସ୍ରୋତ ବର୍ଷା ଦିନରେ ବଢ଼ି ଥାଏ। ୨୦୦୮ ମସିହାରୁ ଗାଁକୁ ସଂଯୋଗ କରୁଥିବା ଏକମାତ୍ର ପୋଲ ଭାଙ୍ଗି ଯାଇଛି। ସେବଠୁ ଆଜି ପର୍ଯ୍ୟନ୍ତ ଗାଁରେ ପୋଲ ନିର୍ମାଣ ହୋଇପାରୁନି।

ପ୍ରାଥମିକ ଶିକ୍ଷା ପାଇଁ ମାନସରାରେ ରହିଛି ବିଦ୍ୟାଳୟ । ଯାହା ନାଳର ଅନ୍ୟ ପଟେ। ବର୍ଷକୁ ୪ ମାସ ନାଳରେ ପାଣି ଆସିବା ଯୋଗୁ କୁନି କୁନି ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ଯିବା ଅସମ୍ଭବ ହେଇଥାଏ। ଫଳରେ ଗାଁର ଅଧାରୁ ଅଧିକ ଛୁଆ ପାଠପଢ଼ାରୁ ବଞ୍ଚିତ। ପାନୀୟ ଜଳର ମଧ୍ୟ ଏଠି ସମସ୍ୟା ରହିଛି। ଦୁଇ ନଳକୂପ ରହିଛି, ଯାହା ମଧ୍ୟରୁ ଗୋଟେ ଅଚଳ, ଏବଂ ଖରା ଦିନରେ ସହା ଭରସା ଥିବା ନଳକୂପ ମଧ୍ୟ ଶୁଖି ଯାଇଥାଏ। ଫଳରେ ବର୍ଷା ତମାମ ପାଣିର ସାହା ଭରଷା ଏହି ନାଳ। 
ଘୁନଘୁଟିର ସମସ୍ୟା ସ୍ପଷ୍ଟ କରୁଛି ଦୁର୍ଗମରେ କେମିତି ହେଉଛି ବିକାଶ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

AC
1m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
2m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା
ମଦ
7m ago
ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ
କେନ୍ଦୁଝର: ପୋଲିସ ଚଢାଉରେ ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିପରି ନିର୍ବାଚ