ଚିପକ ଟେଷ୍ଟ ଗିଲ୍-ପନ୍ତଙ୍କ ଦମଦାର ଶତକ ଝଡ,ବାଂଲାଦେଶ ବୋଲର ଥରହର
by Argus News
Sat, Sep 21 | 3:05 p.m.

ଅର୍ଗସ ବ୍ୟୁରୋ:ଚିପକ ଟେଷ୍ଟରେ ଗର୍ଜିଛି ଗିଲ୍-ପନ୍ତଙ୍କ ବ୍ୟାଟ୍,ବାଂଲାଦେଶ ବିପକ୍ଷରେ ଖେଳିଛନ୍ତି ଧୁଆଁଦାର ଶତକୀୟ ପାରି,ଥରହର ହୋଇଛନ୍ତି ବାଂଲା ବୋଲର । ଭାରତୀୟ ଷ୍ଟାର ୱିକେଟ୍ କିପର ଋଷଭ ପନ୍ତଙ୍କ ଝଡ଼ ଦେଖିବାକୁ ମିଳିଛି,ଟେଷ୍ଟ କ୍ରିକେଟରେ ଷଷ୍ଠ ତମ ଶତକ ହାସଲ କରିଛନ୍ତି ପନ୍ତ। ଖେଳିଛନ୍ତି ୧୦୯ ରନର ଜବରଦସ୍ତ ପାରି ସେଥିରେ ୧୩ଟି ଚୌକା,୪ଟି ଛକା ସାମିଲ ରହିଛି। ଦୁର୍ଘଟଣା ପରେ ପଦାର୍ପଣ ଟେଷ୍ଟରେ ପନ୍ତଙ୍କ ଶତକୀୟ ଧମାକା ଦେଖିବାକୁ ମିଳିଛି,ଏଥିସହ ବ୍ୟାଟ୍ସମ୍ୟାନ୍ ୱିକେଟ୍ କିପର ଭାବେ ଟେଷ୍ଟରେ ଧୋନିଙ୍କ ଷଷ୍ଠ ତମ ଶତକ ସହ ରେକର୍ଡ ବରାବର କରିଛନ୍ତି।

କେବଳ ପନ୍ତ ନୁହେଁ ଶୁଭମନ ଗିଲ୍ ମଧ୍ୟ ୧୭୬ ବଲରୁ ୧୦ ଚୌକା,୪ ଛକା ସହାୟତାରେ ୧୧୯ ରନର ଅପରାଜିତ ପାରି ଖେଳିଛନ୍ତି,ଟେଷ୍ଟରେ ୫ମ ଶତକ ହାସଲ କରିଛନ୍ତି। ପ୍ରଥମ ଇଂନିସରେ ଗିଲ୍ ଫେଲ୍ ମାରିଥିବାବେଳେ ଦ୍ବିତୀୟ ଇଂନିସରେ ଜଲୱା ଦେଖାଇଥିଲେ। ବାଂଲାଦେଶ  ବିପକ୍ଷ ଟେଷ୍ଟ ପ୍ରଥମ ଇଂନିସ ୩୭୬ ରନରେ ଭାରତ ଅଟକିଥିଲା ଜୟସ୍ୱାଲ ୫୬,ଅଶ୍ବିନ୧୧୩, ଜାଡେଜା୮୬ ରନ୍ ପାରି ଖେଳିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା। ବୁମରା ସର୍ବାଧିକ ୪ଟି ୱିକେଟ ଦଖଲ କରି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୪୦୧ ୱିକେଟ ପୂରଣ କରିଥିଲେ। ଭାରତ ଦ୍ବିତୀୟ ଇଂନିସରେ ୪ ୱିକେଟ ହରାଇ ୨୮୭ ରନ କରିବା ସହ ୫୧୪ ଲିଡ୍ ଦେଇ ପାଳି ଘୋଷଣା କରିଥିଲେ ଅଧିନାୟକ ରୋହିତ ଶର୍ମା। ବାଂଲାଦେଶ ବିଜୟ ଲାଗି ୫୧୫ ରନ କରିବାକୁ ପଡିବ । ସେପଟେ ଦୁଇଟି ରୁ ଦୁଇଟି ଟେଷ୍ଟ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା 


 

ଆତିଶୀ ମର୍ଲେନ
18m ago
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ
ଅର୍ଗସ ବ୍ୟୁରୋ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ। ପଦ ଓ ଗୋପନୀୟତାର ଶପଥ କରାଇଲେ ଏଲଜି। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ।ଅନ୍ୟପଟେ ନୂ
ଗିରଫ
41m ago
ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ
ଅର୍ଗସ ବ୍ୟୁରୋ: ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ ।ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରି
ସ୍କ୍ରବ ଟାଇଫସ୍
ପ୍ରଥମ ସ୍କ୍ରବ ଟାଇଫସ୍ ରୋଗୀ ଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ସ୍କ୍ରବ ଟାଇଫସରେ ଜଣେ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେ ପ୍ରଥମ ସ୍କ୍ରବ ଟାଇଫସ ରୋଗୀ ଙ୍କ ମୃତ୍ୟୁ I ମୃତକ ହେଲେ କଣ୍ଟାମାଲ ବ୍ଲକର ବରଡିପଦର ଗାଁ ର ରମେ