ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି
by Argus News
Fri, Dec 08 | 8:16 p.m.

ପୁରୀ: ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି। ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ଟନେଲରେ ସ୍ୱତନ୍ତ୍ର ସୁବିଧା । ମରିଚିକୋଟ ଛକରେ ଥିବା ଧର୍ମଜ୍ୟୋତି ଲଜିଂରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏସି ଟନେଲର୍ ରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ। ଟନେଲ୍ ସଦୃଶ ଷ୍ଟେନଲେସ୍ ଷ୍ଟିଲ୍ ଟେନସାଇଲ୍ ଫ୍ରାଭିକ୍ କଭରରେ ନିର୍ମିତ ସ୍ୱତନ୍ତ୍ର ଟନେଲ୍ ର ଲମ୍ବ ରହିବ 84 ମିଟର ଓ ଚଉଡା 16 ମିଟର ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ଏହାକୁ ନିର୍ମାଣ କରିବା ପୂର୍ବରୁ ଯଥା ସ୍ଥାନରେ ବାଉଁଶ ଘେରାଇ ଦିଆଯାଇଥିବାରୁ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନର ପ୍ରସ୍ଥାନ ବ୍ୟବସ୍ଥା ସଙ୍କୁଚିତ ହେବାସହ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଅତୀତରେ ହୋଟେଲ୍ ସମ୍ରାଟରେ ନିଆଁ ଲାଗିଯିବାରୁ ଦୀର୍ଘ ସମୟ ଏହାକୁ ଆୟତ କରିବା କଷ୍ଟକର ହୋଇଥିବା ବେଳେ ବର୍ତ୍ତମାନ ସେଠାରେ ଜରୁରୀକାଳୀନ ଗାଡି ଚଳାଚଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । ଶ୍ରୀକୃଷ୍ଣ ସିନେମା ହଲ ଗଳିରେ ଶ୍ରଦ୍ଧାଳୁଙ୍କ ଲଗେଜ୍ ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ପାଇଁ ଶେଡ୍ ହେବ । ଏହାକୁ ଲାଗିକରି ପୁରୁଷ ଓ ମହିଳାଙ୍କ ପାଇଁ ୧୦ଟି ଶୌଚାଳୟ ରହିବ।  

ସେପଟେ  ସ୍ୱତନ୍ତ୍ର ଟନେଲ୍  ପାଇଁ ସମସ୍ତ ଉଠା ଦୋକାନୀଙ୍କୁ ଉଠାଯାଇଛି। ତେବେ ଦୀର୍ଘବର୍ଷ ଧରି ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଉଠା ଦୋକାନୀଙ୍କୁ କ୍ଷତିପୂରଣ ନୁହେଁ ବରଂ ତୁରନ୍ତ ଥଇଥାନ କରିବାକୁ ସେମାନେ ଗୁହାରି କରିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶ୍ରୀସେତୁ କିମ୍ବା ଜଗନ୍ନାଥ ବଲ୍ଲଭ ନିକଟରେ ନୁହେଁ ବରଂ ଏହି ବଡଦାଣ୍ଡରେ ଦୁଇହାତ ଜାଗା ଦେଲେ ସେମାନେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ବିକି ନିଜ ଗୁଜୁରାଣ ମେଣ୍ଟାଇବେ ବୋଲି ଲୁହଭରା ଆଖିରେ କହିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ଉପଜିଲ୍ଲାପାଳ ନିଜ ପ୍ରତିକ୍ରିୟା ରଖିଛନ୍ତି।  ଜାତୀୟ ରାଜପଥ ମାନ୍ୟତା ପାଇଥିବା ପୁରୀ ବଡଦାଣ୍ଡ ସ୍ୱତନ୍ତ୍ର ଟନେଲ୍ ବ୍ୟବସ୍ଥା ପାଇଁ NHAI ଠାରୁ ଅନୁମତି ଆଣିଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅଧିକ ଦେଖନ୍ତୁ :
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ