ବଢ଼ି ଚାଲିଛି ସୁନା ଦର
by Argus News
Sun, Apr 07 | 8:18 a.m.

ଅର୍ଗସ ବ୍ୟୁରୋ:  ବଢ଼ି ଚାଲିଛି ସୁନା ଦର। ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୫ ହଜାର ୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ରୁପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାର ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୪ ହଜାର ୧୫୦ ଟଙ୍କା ଥିଲା।

ଆଜି ଏଥିରେ ୧୨୦୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ଗତକାଲି ଏଠାରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୯,୯୮୦ ଥିବା ବେଳେ ଆଜି ଏଥିରେ ୧୩୧୦ ଟଙ୍କା ବୃଦ୍ଧି ହୋଇଛି। ତେବେ ସୁନା ଉତ୍ପାଦନକାରୀ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି, ଆମେରିକା ଫେଡରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେଲା ସୁନା ଓ ରୁପା ଦର ଲଗାତାର ଭାବେ ଉପରମୁହାଁ ହୋଇଚାଲିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ILLEGAL MINING
45m ago
ବେଆଇନ୍ ଖଣି ଉତ୍ତୋଳନ ନେଲା ୩ ଶ୍ରମିକଙ୍କ ଜୀବନ
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟ
SECOND
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ