ବିଶ୍ୱକର୍ମା ପୂଜା ଦିନ କମିଗଲା ସୁନା ଦର
by Argus News
Mon, Sep 16 | 5:29 p.m.

ଅର୍ଗସ ବ୍ୟୁରୋ: ସୁନା ମୂଲ୍ୟରେ ଆଜି ସପ୍ତାହର ପ୍ରଥମ ଦିନ ସୋମବାର ୧୬ ସେପ୍ଟେମ୍ବରରେ ହ୍ରାସ ପାଇଛି। ଏହି ହ୍ରାସ ସାଧାରଣ ରହିଛି। ଆଜି ସୁନା ମୂଲ୍ୟରେ ମାତ୍ର ୧୦୦ ଟଙ୍କା ହ୍ରାସ ପାଇଛି। ଦେଶର ହାରାହାରି ସମସ୍ତ ସହରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୭୪ ହଜାର ୫୦୦ ଟଙ୍କା ପାର କରିଛି।

ଅଳଙ୍କାର କିଣୁଥିବା ଲୋକଙ୍କ ପାଇଁ ୨୨ କ୍ୟାରେଟ ଗୋଲ୍ଡ ରେଟ ୭୮ ହଜାର ୫୦୦ ଅତିକ୍ରମ କରିଛି। ୧୮ କ୍ୟାରେଟ ଗୋଲ୍ଡ ରେଟ ମଧ୍ୟ ୫୯ ହଜାର ଟଙ୍କା ପାଖାପାଖି ରହିଛି। ସିଲଭର ରେଟ କିଲୋଗ୍ରାମ ପିଛା ୯୧ ହଜାର ୯୦୦ ଟଙ୍କା ରହିଛି।
-ନୂଆଦିଲ୍ଲୀରେ ୨୪ କ୍ୟାରେଟ ଗୋଲ୍ଡ ୧୦ ଗ୍ରାମ ପିଛା ୭୪ ହଜାର ୮୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ହାରାହାରି ୬୮ ହଜାର ୭୯୦ ଟଙ୍କା ୧୦ ଗ୍ରାମ ପିଛା ରହିଛି।
-ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୪ ହଜାର ୮୮୦ ଟଙ୍କା ରହିଛି। ସେହିପରି ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ମୂଲ୍ୟ ୬୮ ହଜାର ୬୪୦ ଟଙ୍କା ରହିଛି।
-କୋଲକାତାରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୮ ହଜାର ୬୪୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୪ ହଜାର ୮୮୦ ଟଙ୍କା ରହିଛି।
-ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮ ହଜାର ୬୪୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୪ ହଜାର ୮୮୦ ଟଙ୍କା ରହିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ