କେନ୍ଦ୍ରର କଡ଼ା ତାଗିଦ : ବଢାଅନି ଖାଇବା ତେଲ
by Argus News
Wed, Sep 18 | 6:56 p.m.

ଅର୍ଗସ ବ୍ୟୁରୋ: ଦେଶରେ ହଠାତ୍‌ ବଢିଯାଇଛି ଖାଇବ ତେଲର ଦାମ । ଲିଟର ପିଛା ଟଙ୍କେ କି ଦୁଇ ଟଙ୍କା ନୁହେଁ ବରଂ ଏକା ସାଙ୍ଗରେ ୨୦ ଟଙ୍କା ବଢିଯାଇଛି । ଯାହାକୁ ନେଇ ଖାଉଟି ଅସନ୍ତୋଷ ହେଉଛନ୍ତି । ଏହାରି ଭିତରେ ଆକ୍ସନ ମୋଡକୁ ଆସିଛି କେନ୍ଦ୍ର । ରୋକଠୋକ କହିଛି, ବଢାଅନି ଖାଇବା ତେଲର ଦାମ । ଖାଲି ଏତିକି ନୁହେଁ ବରଂ ଖାଇବା ତେଲ ସଂଘସହ ୱାନ ଟୁ ୱାନ ଆଲୋଚନା କରାଯାଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଖାଇବା ତେଲ ଉପରେ ଆମଦାନି ଶୁଳ୍କ ବୃଦ୍ଧି ଘୋଷଣା ହେବା ସଙ୍ଗେ ସଙ୍ଗେ ବଜାରରେ ତେଲ ଦାମ୍‌ରେ ଲିଟର ପିଛା ୨୦ ଟଙ୍କାର ବୃଦ୍ଧି ହୋଇଛି । ଯାହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ହେବା ସହିତ ଖାଇବା ତେଲ ସଂଘଗୁଡ଼ିକ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଆମଦାନି ହୋଇଥିବା ତେଲକୁ ଅଧିକ ଦାମ୍‌ରେ ବିକ୍ରି ନକରିବାକୁ ସଂଘକୁ ତାଗିଦ କରାଯାଇଛି । ଏହାସହ ତୁରନ୍ତ ଏ ବିଷୟରେ ସଦସ୍ୟମାନଙ୍କୁ ଅବଗତ କରିବାକୁ ସଂଘଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

କେମିତି ଚାଷୀଭାଇମାନେ ଲାଭ ପାଇବେ ସେନେଇ କେନ୍ଦ୍ର ସରକାର ସବୁବେଳେ ଚିନ୍ତା କରନ୍ତି । ସେଇଥି ଲାଗି ତ ତୈଳଜୀବ ଚାଷୀଙ୍କୁ ଉଚିତ୍ ମୂଲ୍ୟ ଦେବା ଲାଗି କେନ୍ଦ୍ର ସରକାର ଖାଇବା ତେଲର ମୂଳ ଆମଦାନି ଶୁଳ୍କ ବୃଦ୍ଧି କରିଛନ୍ତି, ଯାହା ଚଳିତ ମାସ ୧୪ରୁ ଲାଗୁ କରାଯାଇଛି । ଅଶୋଧିତ ସୋୟାବିନ ତେଲ, ପାମ୍ ତେଲ ଓ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନି ଶୁଳ୍କକୁ ୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରାଯାଇଛି । ସେହିପରି ରିଫାଇନ୍‌ଡ ପାମ୍ ଅଏଲ୍‌, ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌, ରିଫାଇନ୍‌ଡ ସୋୟାବିନ୍ ଅଏଲ୍‌ର ମୂଳ ଆମଦାନି ଶୁଳ୍କ ୧୨.୫ ପ୍ରତିଶତରୁ ବଢ଼ାଇ ୩୨.୫ ପ୍ରତିଶତ କରାଯାଇଛି ।

ଏବେ ନୁହେଁ ବରଂ ପୂର୍ବରୁ କରୋନା ସମୟରେ ବି ବଢିଥିଲା ତେଲଦର । ହେଲେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଦର ବଢିବାରେ ଲାଗିଥିଲା ବ୍ରେକ୍‌ । ଅନ୍ତର୍ଜ‌ାତୀୟ ବଜାରରେ ଦାମ୍‌ କମିବା ଏବଂ ଆମଦାନି ଶୁଳ୍କ କମ୍ ହେବାରୁ ତେଲ କମ୍ପାନିଗୁଡ଼ିକ ଖାଇବା ତେଲ ଦର କମ୍ କରିଥିଲେ । ତେଲ ବଢିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଗତବର୍ଷ ତୁଳନାରେ ଚଳିତ ବର୍ଷ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ବିପୁଳ ପରିମାଣରେ ମହଜୁଦ ରହିଛି । ଚାଷୀଙ୍କ ସ୍ବାର୍ଥ ବିଚାରକୁ ନେଇ ଖାଇବା ତେଲ ଉପରେ ଆମଦାନି ଶୁଳ୍କ ବୃଦ୍ଧି କରାଯାଇଛି । ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ମିଳିଲେ ସେମାନେ ଆଗାମୀ ଦିନରେ ଅଧିକ ତୈଳବୀଜ ଚାଷ କରିବାକୁ ଆଗ୍ରହ ଦେଖାଇବେ । ସରକାରଙ୍କ ମତରେ କମ୍ ଆମଦାନି ଶୁଳ୍କରେ ପ୍ରାୟ ୩୦ ଲକ୍ଷ ଟନ୍ ଖାଇବା ତେଲ ଆମଦାନି କରାଯାଇଛି ଯାହା ଆଗାମୀ ୪୫-୫୦ ଦିନର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ ।

 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ