ବିକାଶ ଏହି ଗାଁ ପାଇଁ ବାଟବଣା...
by Argus News
Mon, Mar 18 | 7:24 p.m.

ଅର୍ଗସ ବ୍ୟୁରୋ: ରାସ୍ତା ନାହିଁ କି ବିକାଶ ନାହିଁ । ପାଦଚଲା ରାସ୍ତା ଭରସାରେ ଏଯାଏ ବିତୁଛି ଜୀବନ । ରାସ୍ତା ନଥିବାରୁ ଗାଁକୁ ଗଡ଼ିନି ବିକାଶର ଗାଡ଼ି । ଆଜି ବି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଞ୍ଚାୟତର କାଦୋପାଣି ଗ୍ରାମବାସୀ । ଚନ୍ଦାହାଣ୍ଡି ବ୍ଲକ ସଦରଠାରୁ  ୨୫ କିଲୋମିଟର ଦୂରରେ ରହିଥିବା ଥିବା ବେଳେ ୧୫ ପରିବାର ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ଦୀର୍ଘ ୫୦ ବର୍ଷରୁ ଅଧିକ ଦିନ ହେବ ମୌଳିକ ସୁଵିଧାରୁ ବଞ୍ଚିତ ଗ୍ରାମବାସୀ । କେବଳ ରାସ୍ତା ନୁହେଁ ଶିକ୍ଷାର ଆଲୁଅ ଆଜି ବି ଅଞ୍ଚଳବାସୀଙ୍କୁ ଛୁଇଁ ପାରିନାହିଁ ।

ପିଇବା ପାଣି ସମସ୍ୟା ଲୋକଙ୍କ ପିଛା ଛାଡୁନି । ବିଶେଷ କରି ଖରାଦିନେ ପାଣି ଅଭାବରୁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ବିଜୁଳି ଆଲୁଅ କଥା ନକହିଲେ ଭଲ । ବିଦ୍ୟୁତ ସଂଯୋଗ ନଥିବାରୁ ଡିବିରି ଆଲୁଅ ଏବଂ ସୋଲାର ଲାଇଟରେ ରାତି କଟାଉଛନ୍ତି ଲୋକେ । ସମସ୍ତ ସମସ୍ୟା ନେଇ ସ୍ଥାନୀୟ ପ୍ରତିନିଧି ଏବଂ ପଂଚାୟତ, ବ୍ଲକର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ମାଳ ମାଳ ପ୍ରତିଶ୍ରୁତି ଦେଉଥିବାନେତାମାନଙ୍କ ନିର୍ବାଚନ ପରେ ଦେଖା ମିଳୁନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ