୨୪ ବର୍ଷ ସରକାରର ଅପାରଗତା ଯୋଗୁଁ ବାହାର ରାଜ୍ୟକୁ ଯାଇ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଆ
by Argus News
Sun, Mar 24 | 7:14 p.m.

ଅର୍ଗସ ବ୍ୟୁରୋ: ମାଆ ଆରପାରିକୁ ଚାଲିଗଲା, ବାପା ପାଖରେ ପିଲାଙ୍କୁ ସମ୍ଭାଳିବାକୁ ସମ୍ବଳ ନଥିଲା । ଝାଟି ମାଟି ଘରେ କେତେଦିନ ବର୍ଷା, ଖରା ଖାଇଥାଆନ୍ତେ । ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଗଲା ବେଳେ ପିଲା ଦୁହିଁଙ୍କୁ ଶିଶୁ ସୁରକ୍ଷା କେନ୍ଦ୍ରରେ ଛାଡ଼ି ଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଠିକଣା ବଦଳି ଯାଇଛି । ପୁଅଟିକୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିଛନ୍ତି ବଙ୍ଗୀୟ ଦମ୍ପତି । ଆଉ ଝିଅଟି ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ । ପରିସ୍ଥିତି ଆଗରେ ହାର୍ ମାନିଛି ସ୍ନେହ-ମମତା । ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ଏ ଦୃଶ୍ୟ ହିଁ ବଖାଣୁଛି ଲୋକଙ୍କୁ ରୋଜଗାର ଦେବାରେ କେତେ ସଫଳ ୨୫ ବର୍ଷର ବିଜେଡି ସରକାର । ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବ୍ଲକ ପାରିଖୀତ ପଞ୍ଚlୟତର ଚକ୍ରଭଟା ଗାଁର ମିଟୁ କଡ୍ରlକା ଏବେ ଦାଦନ ଖଟି ଯାଇଛନ୍ତି । ଆଉ ସମ୍ବଳ ଅଭାବରୁ ତାଙ୍କର ୨ ପିଲାଙ୍କ ମଧ୍ୟରୁ ଜଣେ ଏବେ ପୋଷ୍ୟ ପୁତ୍ର ହୋଇଯାଇଛି ।

ରାଜ୍ୟ ସରକାରଙ୍କ ବଡ଼ ଅବହେଳା। ଯାହାର ଶିକାର ହେଉଛନ୍ତି ମିଟୁ କଡ୍ରlକା । ମିଟୁ ତ ଭାତ ହାଣ୍ଡିରୁ ଗୋଟାଏ । ଏମିତି ଅନେକ ଦାଦନ ଯନ୍ତ୍ରଣା ଜିଲ୍ଲାରେ । ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ ଏସବୁର ଲାଭ ମିଳୁନାହିଁ ଏମାନଙ୍କୁ । କେବଳ ପ୍ରଚାରରେ ସୀମିତ ରାଜ୍ୟ ସରକାରଙ୍କ ଯୋଜନା । ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦାଦନ ସମସ୍ୟା । କାମଧନ୍ଦା ନପାଇ ଦଲାଲ ମାନଙ୍କ ପ୍ରଲୋଭନର ବଶବର୍ତ୍ତୀ ହୋଇ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି ସ୍ଥାନୀୟ ଲୋକେ । କିଏ ଶବ ହୋଇ ଫେରୁଛି ତ ଆଉ କିଏ କଂପାନି ମାଲିକର ନିର୍ଯାତନା ସହୁଛି ।

ଏମିତି ଦିନ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଦାଦନ ଯନ୍ତ୍ରଣାର ମାଳ ମାଳ କାହାଣୀ। 24 ବର୍ଷର ସରକାରର ଅପାରଗତା ଯୋଗୁଁ ବାହାର ରାଜ୍ୟକୁ ଯାଇ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଆ। ଏପଟେ ବିକାଶର ମିଛ ପ୍ରଚାର କରିବାରେ ବ୍ୟସ୍ତ ରାଜ୍ୟ ସରକାର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର